ଆଇପିଏଲ ଇତିହାସରେ ସର୍ବୋଚ୍ଚ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ୨୭୭ ରନ୍

ହାଇଦ୍ରାବାଦ: ଆଇପିଏଲର ଅଷ୍ଟମ ମ୍ୟାଚରେ ଛକା ବର୍ଷା କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୩ ଓ୍ବିକେଟରେ ୨୭୭ ରନର ବିଶାଳ ସ୍କୋର କରିଛି | ଆଇପିଏଲ ଇତିହାସରେ ଏହା ହେଉଛି ସର୍ବୋଚ୍ଚ ଟିମ୍ ସ୍କୋର । ଏଥିସହ ହାଇଦ୍ରାବାଦ ୧୩ ବର୍ଷର ରେକର୍ଡ ଭାଙ୍ଗିଛି । ପୂର୍ବ ରେକର୍ଡ ଆରସିବି ନାମରେ ଥିଲା | ଆରସିବି ୨୦୧୩ ସିଜନରେ ପୁଣେ ୱାରିୟର୍ସ ବିପକ୍ଷରେ ୨୬୩ ରନ୍ କରିଥିଲା

ମୁମ୍ବାଇ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ହେଲେ ପାଣ୍ଡ୍ୟାଙ୍କ ଏହି ନିଷ୍ପତ୍ତି ତାଙ୍କ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା । ହାଇଦ୍ରାବାଦ ତରଫରୁ ଅଭିଷେକ ଶର୍ମା ୭ ଛକା ଓ ୩ ଚଉକା ସହାୟତାରେ ୨୩ ବଲରେ ୬୩ ରନ୍ କରିଥିବା ବେଳେ ଟ୍ରାଭିଡ୍ ହେଡ୍ ୨୪ ବଲରେ ୬୨ କରିଥିଲେ । ହେଡଙ୍କ ଇନିଂସରେ ୯ଟି ଚଉକା ଓ ୩ଟି ଛକା ସାମିଲ ଥିଲା । ଏ ଦୁହେଁ ଦଳକୁ ମଜଭୁତ ପ୍ଲାଟଫର୍ମ ଦେଇଥିଲେ । ଏହାପରେ ହାଇନରିଚ୍ କ୍ଲାସେନ୍ ଓ ଆଡେନ ମାର୍କ୍ରାମ ଦଳକୁ ରେକର୍ଡ ସ୍କୋର୍ ଆଡ଼କୁ ନେଇଥିଲେ। କ୍ଲାସେନ୍ ୩୪ ବଲରେ ୪ଟି ଚଉକା ଓ ୪ଟି ଛକା ସହ ଅପରାଜିତ ୮୦ ରନ୍ କରିଥିବା ବେଳେ ମାର୍କ୍ରାମ ୨୮ ବଲରେ ୨ଟି ଚଉକା ଓ ଗୋଟିଏ ଛକା ସହ ୪୨ ରନ୍ କରି ନଟ୍ ଆଉଟ୍ ରହିଥିଲେ ।

Comments are closed.