ସୁଶାନ୍ତ ସିଂହ ମୃତ୍ୟୁ ମାମଲା : ଅଭିନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଏମ୍ସ ରିପୋର୍ଟରେ ଖାରଜ

ନୂଆଦିଲ୍ଲୀ – ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ପ୍ରାୟ ୧୦୦ ଦିନ ପରେ ଏକ ଗୁରୁତ୍ୱପୂଣ୍ଣ ର୍ ତଥ୍ୟ ସାମନାକୁ ଆସିଛି । ଏମସ୍ ଡାକ୍ତର ଦଳ ସୁଶାନ୍ତଙ୍କ ମୃତ୍ୟୁ ନେଇ ସିବିଆଇ ନିକଟରେ ଚୂଡାନ୍ତ ରିପୋର୍ଟ ଦାଖଲ କରିଛନ୍ତି । ସୁଶାନ୍ତଙ୍କୁ ହତ୍ୟା କରାଯିବାର କୌଣସି ପ୍ରମାଣ ନାହିଁ ବୋଲି ରିପୋର୍ଟରେ ଦର୍ଶାଇଛି ଏମ୍ସ ଡାକ୍ତରୀ ଦଳ କହିଛି ।

ସୁଶାନ୍ତଙ୍କ ହତ୍ୟା ଆଶଙ୍କା ଅମୂଳକ । ତାଙ୍କୁ ବିଷ ଦିଆଯାଇ ହତ୍ୟା କରାଯାଇଥିବା ଅଭିଯୋଗ ବି ପ୍ରମାଣିତ ହୋଇନାହିଁ ବୋଲି ଏମସ୍ ଡାକ୍ତର ଦଳ ନିଜ ରିପୋର୍ଟରେ ଦର୍ଶାଇଥିବା ସୂତ୍ରରୁ ଜଣାପଡିଛି । ମୃୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ଉଲ୍ଲେଖ କରାଯାଇଥିବା ଜଣା ପଡିଛି ।

ଆନୁଷ୍ଠାନିକ ଭାବେ ଏମସ୍ ଡାକ୍ତର ଦଳ କୌଣସି ବିବୃତି ଦେଇ ନ ଥିଲେ ମଧ୍ୟ ଗତମାସ ୨୮ ତାରିଖରେ ଏମ୍ସ ଓ ସିବିଆଇ ଫୋରେନସିକ୍ ଡାକ୍ତରଙ୍କ ଦଳ ମଧ୍ୟରେ ବସିଥିବା ବୈଠକରେ ଏମ୍‌ସ ଡାକ୍ତରମାନେ ସିବିଆଇକୁ ଏ ନେଇ ବିସ୍ତୃତ ସୂଚନା ଦେଇଥିବା ଜଣାପଡିଛି ।

Comments are closed.