ସ୍ପଷ୍ଟ କଲା ଟାଟା ମୋଟର୍ସ, ଆକାଶ କେବେ ବି କଂପାନିରେ କାମ କରିନାହାନ୍ତି

ଭୁବନେଶ୍ୱର – ଧରାପଡିଲା ଆକାଶ ପାଠକଙ୍କ ମିଛ । ଟାଟା ମୋଟର୍ସ ସ୍ପଷ୍ଟ କରିଛି ଯେ, ଆକାଶ ପାଠକ କେବେ ବି କଂପାନିରେ କାମ କରିନାହାନ୍ତି । ଏଥିସହ ଟାଟା ମୋଟର୍ସ ଆହୁରି ସ୍ପଷ୍ଟ କରିଛି ଯେ, ସ୍କାଏ କିଙ୍ଗ୍ ସହ କଂପାନିର କୌଣସି ବ୍ୟବସାୟିକ କାରବାର ହୋଇନାହିଁ । ଟାଟା ମୋଟର୍ସରେ ଆକାଶ ପ୍ରକୃତରେ କାମ କରୁଥିଲେ କି ନାହିଁ, ସେ ବାବଦରେ ଜଣାଇବାକୁ କମିଶନରେଟ ପୋଲିସ କଂପାନିକୁ ଚିଠି ଲେଖିଥିଲା । ସୂଚନାଯୋଗ୍ୟ ଯେ, ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ଭାବେ ପରିଚୟ ଦେଇ ଅନେକ ଲୋକଙ୍କୁ ଚାକିରିର ପ୍ରତିଶ୍ରୁତି ଦେବା ସହ ଅର୍ଥ ଆଦାୟ କରିଥିବା ଅଭିଯୋଗ ହୋଇଛି ।

Comments are closed.