ତିନି ଦିନିଆ ରିମାଣ୍ଡ ଅବଧି ଶେଷ ପରେ ଜେଲ ଗଲେ ପାଠକ ବାପା-ପୁଅ, ଭିଜିଲାନ୍ସର ଘନ ଘନ ଜେରା

ଭୁବନେଶ୍ୱର- ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ପାଠକ ବାପା-ପୁଅଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ହାଜର ହେଲା ପରେ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଜେଲ୍ ଯିବା ପୂର୍ବରୁ ଆଇଏଫଏସ ଅଭୟକାନ୍ତ ପାଠକ କହିଛନ୍ତି ଯେ, ସେମାନଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି । ୩ ଦିନିଆ ରିମାଣ୍ଡରେ ନେଇ ପାଠକ ବାପା-ପୁଅଙ୍କୁ ଘନ ଘନ ଜେରା କରିଥିଲା ଭିଜିଲାନ୍ସ । ଗତକାଲି ଜେରା ବେଳେ ଆକାଶ ଟାଟା ମୋଟର୍ସରେ ଚାକିରି କରି ନଥିବା ନେଇ ସ୍ୱୀକାର କରିଥିଲେ ମଧ୍ୟ ଆଜି ବୟାନ ବଦଳାଇଛନ୍ତି । କହିଛନ୍ତି ଯେ, ସେ ଟାଟାରେ ଚାକିରି କରଥିଲେ । କିନ୍ତୁ କମ୍ପାନି ଏବେ ତାଙ୍କୁ ସାହାଯ୍ୟ କରୁନାହିଁ । ଭିଜିଲାନ୍ସ ବାପ-ପୁଅଙ୍କ ରିମାଣ୍ଡ ଅବଧି ବୃଦ୍ଧି ପାଇଁ ଆବେଦନ କରିନାହିଁ ।

Comments are closed.