ଏହାଛଡ଼ା ପୁଅ ପାଠପଢ଼ାରେ ୨୦ ଲକ୍ଷ, ଝିଅର ପାଠପଢ଼ା ବାବଦରେ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୪ ମସିହାରେ ଅଭୟକାନ୍ତଙ୍କ ଠାରୁ ଆକାଶଙ୍କ ଆକାଉଣ୍ଟକୁ ୩୮ ଲକ୍ଷ ଟଙ୍କା ଆସିଥିଲା । ଝିଅ ବାହାଘର କରିବା ପାଇଁ ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ୬୦ ଲକ୍ଷ ଟଙ୍କା ।
ଅଭୟକାନ୍ତଙ୍କ ସମୟରେ ୩ ବର୍ଷରେ ବନୀକରଣରେ ଖର୍ଚ୍ଚ ହୋଇ ୬୦୦ କୋଟି ଟଙ୍କା । ଏହାସହ ଅଭୟକାନ୍ତଙ୍କ ବିହାରର ପାଟଣା ସହ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି । ସାରା ଭାରତବର୍ଷରେ ଆକାଶଙ୍କ ନେଟୱାର୍କ ଲମ୍ବିଥିବା ରିମାଣ୍ଡ ଜେରାରୁ ଜଣାପଡ଼ିଛି । ଆକାଶ ଟାଟାର କର୍ମଚାରୀ ଥିଲେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ତେବେ ଆଜି ଉଭୟ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିବା ବେଳେ ଉଭୟଙ୍କ ରିମାଣ୍ଡ ଅବଧି ବଢ଼ାଇବାକୁ ଭିଜିଲାନ୍ସ ଆବେଦନ କରିବ ନାହିଁ ବୋଲି ଜଣାପଡ଼ିଛି ।
Comments are closed.