ପରୀ ମାମଲାରେ ବିରୋଧୀ ରାଜନୀତି କରୁଥିବା ବିଜେଡିର ଅଭିଯୋଗ,ଏସଆଇଟି ମୁଖ୍ୟ କହିଲେ ଦୁଇ ସପ୍ତାହରେ ସବୁହେବ ସ୍ପଷ୍ଟ

ଭୁବନେଶ୍ୱର- ପରୀ ମୃତ୍ୟୁ ମାମଲାରେ କଂଗ୍ରେସ ଓ ବିଜେପି ଟିମର ନୟାଗଡ ଗସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି । ପରୀ ହତ୍ୟା ମାମଲାକୁ ଖିଅ କରି ବିରୋଧୀ ଦଳ ରାଜନୀତି ନ କରନ୍ତୁ ବୋଲି କହିଛି ବିଜେଡି । ପରୀ କିଭଳି ନ୍ୟାୟ ପାଇବ , ସେ ନେଇ ରାଜ୍ୟ ସରକାର ତତ୍ପର ଅଛନ୍ତି । ଏସଆଇଟି ମାମଲାର ତଦନ୍ତ କରୁଛି । ପରୀକୁ ନିଶ୍ଚିତ ନ୍ୟାୟ ପାଇବ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି । ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ବିଜେପି ନେତା ସମ୍ବିତ ପାତ୍ର କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ଲେନିନ୍ ।

ଏଣେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଯେ, ତଦନ୍ତ ଠିକ୍ ବାଟରେ ଚାଲିଛି । ଏସଆଇଟି ଗଠନର ମାତ୍ର ଚାରି ଦିନ ହୋଇଛି । ଦୁଇ ସପ୍ତାହ ମଧ୍ୟରେ ସବୁ କିଛି ସ୍ପଷ୍ଟ ହୋଇଯିବ ।

Comments are closed.