ସୁନ୍ଦରଗଡ ଜିଲ୍ଲାରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ସୁଦୃଢ ପାଇଁ ଏକାଧିକ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା – ସୁନ୍ଦରଗଡ ଜିଲ୍ଲାରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏକାଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରକଳ୍ପ ସବୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଉରକେଲା ମହାନଗର ନିଗମର ୪ଟି ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର, ୨୨ଟି ମିଶନ ଶକ୍ତି ଗୃହ ଓ ପାନପୋଷଠାରେ ନିର୍ମିତ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂଆ କୋଠାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପ ଅଧୀନରେ ରାଉରକେଲା ମହାନଗର ନିଗମ, ବୀରମିତ୍ରପୁର ପୌରପାଳିକା ଓ କୋଇଡା ବ୍ଲକ ଅଂଚଳର ପରିମଳକୁ ଗୁରୁତ୍ୱ ଦିଆଯାଇଛି ।

ଏଥିପାଇଁ ୨୪ ପ୍ରକାର ୧୯୦ଟି ଗାଡି ଓ ଅତ୍ୟାଧୁନିକ ମେସିନ ଦିଆଯିବ । ଏଣିକି ମେସିନ ସହାୟତାରେ ଆବର୍ଜନା ସଂଗ୍ରହ କରାଯିବ । ଏଥିପାଇଁ ଆସନ୍ତା ତିନି ବର୍ଷରେ ୬୭ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯିବ ।

Comments are closed.