ଶ୍ରୀମନ୍ଦିରର ଶୋଭା ବୃଦ୍ଧି ହେବ , ରୁପାରେ ଝଲସିବ ମନ୍ଦିର ଭିତର ଓ ବାହାରର ଚାରିଦ୍ୱାର

ପୁରୀ : ଶ୍ରୀମନ୍ଦିରର ଶୋଭାବର୍ଧନ କରାଯିବ । ରୁପାରେ ଝଲସିବ ଶ୍ରୀନ୍ଦିରର ଭିତର ଓ ବାହାରର ଚାରିଦ୍ୱାର । କଟାବର ମରାମତି କରାଯିବ । ଏ ସମସ୍ତ ଦ୍ୱାରରେ ରୂପାର ଛାଉଣି ଦିଆଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସିଂହଦ୍ୱାର, ଜୟବିଜୟ, କଳାହାଟ ଦ୍ୱାର ନୂଆ ଭାବେ ନିର୍ମାଣ ହେବ । ମନ୍ଦିରର ଉତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ନୂଆ କରି ନିର୍ମାଣ ହେବ । ଏଥିପାଇଁ ପାଖାପାଖି ଏକ କ୍ୱିଂଟାଲରୁ ଅଧିକ ରୁପା ଲାଗିବ ।

Comments are closed.