ଆଇସିଡିଏସ ପ୍ରକଳ୍ପରେ ଛତୁଆ ମିଶ୍ରଣ କାର୍ଯ୍ୟକ୍ରମକୁ ବର୍ଷେ ପୁରିଲା

ଭୁବନେଶ୍ୱର : କୋଭିଡ କଟକଣା ପାଳନ କରାଯାଇ ରବିବାର ରାଜ୍ୟର ସମସ୍ତ ଆଇସିଡିଏସ୍ ପ୍ରକଳ୍ପରେ ଛତୁଆ ମିଶ୍ରଣ କରାଯାଇଛି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଗର୍ଭବତୀ ଓ ପ୍ରସୂତୀ ମହିଳା ତଥା ୬ ମାସରୁ ୬ ବୟସର ଶିଶୁମାନଙ୍କ ଅତିରିକ୍ତ ପୁଷ୍ଟିସାଧନ ପାଇଁ ଯୋଗାଇ ଦିଆଯାଉଥିବା ଶୁଖିଲା ରାସନରେ ଛତୁଆ ଏକ ପ୍ରମୁଖ ଉପାଦାନ ।

ବୟସ ଅନୁପାତରେ ଶିଶୁ ଓ ମହିଳା ହିତାଧିକାରୀଙ୍କୁ ପ୍ରତି ମାସ ପହିଲାରେ ଟେକ୍ ହୋମ ରାସନ ଭାବେ ଛତୁଆ,ଚିକି,ବାଦାମ ଲଡୁ ଓ ଅଣ୍ଡା ଯୋଗାଇ ଦିଆଯାଉଛି । ୨୦୧୯ ମସିହା ଅଗଷ୍ଟମାସର ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ ଓ ବଂଟନ କାଯ୍ୟ ର୍କ୍ରମ ଆରମ୍ଭ କରାଯାଇଥିଲା । ସେହି କାର୍ଯ୍ୟକ୍ରମକୁ ରବିବାର ବର୍ଷେ ପୁରିଛି ।

ପ୍ରତି ମାସ ୨୩ ତାରିଖରେ ଛତୁଆ ମିଶ୍ରଣ ଓ ମାସ ପହିଲାରେ ବଂଟନ ପାଇଁ ଧାର୍ଯ୍ୟ କରାଯାଇଥିଲା । ଏଥିପାଇଁ ‘ମୋ ଛତୁଆ’ ଆପ୍ ଓ ୱେବସାଇଟ୍ ଦ୍ୱାରା ସୂଚନା ପରିଚାଳନା ବ୍ୟବସ୍ଥାର ବିକାଶ କରାଯାଇଥିଲା । ଛତୁଆ ବଂଟନ ନିମନ୍ତେ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ନିୟୋଜଜିତ କରାଯାଇଛି । ମାସର ୨୩ ତାରିଖ ହୋଇଥିବାରୁ ସମସ୍ତ ପ୍ରକଳ୍ପରେ ଏସଏଚଜିମାନଙ୍କ ଦ୍ୱାରା ଛତୁଆ ମିଶ୍ରଣ କରାଯାଇଥିଲା । କୋଭିଡ କଟକଣା ଓ ନିୟମ ମାନି ମିଶ୍ରଣ କାର୍ଯ୍ୟ କରାଯାଇଛି ।

Comments are closed.