ଦୀର୍ଘ ୯ ମାସ ପରେ ଖୋଲିଲା ରାଜ୍ୟ ଜନଜାତି ସଂଗ୍ରହାଳୟ

ଭୁବନେଶ୍ୱର- ଦୀର୍ଘ ୯ ମାସର ବ୍ୟବଧାନ ପରେ ଆଜି ରାଜ୍ୟ ଜନଜାତି ସଂଗ୍ରହାଳୟ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । କୋରୋନା ଯୋଗୁଁ ରାଜ୍ୟରେ ବନ୍ଦ ହୋଇଯାଇଥିବା ସଂଗ୍ରହାଳୟ ମଧ୍ୟରୁ ପୁଣି ଖୋଲାଯିବାରେ ଏହି ସଂଗ୍ରହାଳୟ ପ୍ରଥମ । କୋଭିଡ କଟକଣା ମଧ୍ୟରେ ପୁଣି ଖୋଲିଛି ଜନଜାତି ସଂଗ୍ରହାଳୟ । ସକାଳ ୧୦ଟାରୁ ସଂଧ୍ୟା ସାଢେ ୫ଟା ଯାଏଁ ଏହା ଖୋଲିବ । ଶନିବାର ଓ ରବିବାର ବନ୍ଦ ରହିବ । ସଂଗ୍ରହାଳୟକୁ ୧୦ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ନ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭିତରକୁ ଏକାଥରକେ ୧୦ ଜଣ ଦର୍ଶକ ପ୍ରବେଶ କରିପାରିବେ ।

Comments are closed.