ଭାରତରେ କରୋନା ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡିଲା ସେରମ୍ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: ଫାଇଜର ପରେ ସେରମ୍ ଇନଷ୍ଟିଚ୍ୟୁଟ୍ ଭାରତରେ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ରୁ ଅନୁମତି ମାଗିଛି ସେରମ୍ ଇନଷ୍ଟିଚ୍ୟୁଟ୍ ।

ଭାରତରେ ଅକ୍ସଫୋର୍ଡ ଏବଂ ଆଷ୍ଟ୍ରା ଜେନେକା ଦ୍ବାରା ବିକଶିତ କରୋନା ଟିକାର ଟ୍ରାଏଲ୍ କରୁଛି । ପ୍ରଥମ ଭାରତୀୟ କମ୍ପାନୀ ଭାବେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କରୋନା ଟିକା ପାଇଁ ଡିସିଜିଆଇ ରୁ ଅନୁମତି ମାଗିଛି ।

ଏହାପୂର୍ବରୁ ଶନିବାର ଆମେରିକୀୟ ଔଷଧ ନିର୍ମାତା ଫାଇଜରର ଏହା ଦ୍ବାରା ବିକଶିତ କୋଭିଡ-୧୯ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆନୁଷ୍ଠାନିକ ଅନୁମୋଦନ ପାଇଁ ଡିସିଜିଆଇ ନିକଟରେ ଆବେଦନ କରିଥିଲା। ବ୍ରିଟେନ ଏବଂ ବହାରେନରେ ଏହାର କୋଭିଡ -୧୯ ଟିକାକୁୁ ମଞ୍ଜୁରି ମିଳିସାରିଛି । ଅନ୍ୟପକ୍ଷେ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ସହିତ ମିିଶିି ସେରମ୍ ଇନଷ୍ଟିଚ୍ୟୁଟ୍ ରବିବାର ଦେଶର ବିଭିନ୍ନ ସ୍ଥାନରେ ଅକ୍ସଫୋର୍ଡ କୋଭିଡ୍-୧୯ ଟିକା ‘କୋଭିଶିଲ୍ଡ’ର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ କରିଥିଲା।

Comments are closed.