ଏକକ ପିଜି ପ୍ରବେଶିକା ପରୀକ୍ଷା ଘୁଂଚିଲା, ସେପଟେମ୍ବର ୩୦ ବଦଳରେ ଅକ୍ଟୋବର ୧୦ରୁ ୧୯ ଯାଏଁ ପରୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ଘୁଂଚିଲା ଏକକ ପିଜି ପ୍ରବେଶିକା ପରୀକ୍ଷା –ସିପିଇଟି ୨୦୨୦ । ସେପଟେମ୍ବର ୩୦ ବଦଳରେ ଏଣିକି ଅକ୍ଟୋବର ୧୦ରୁ ଆରମ୍ଭ ହେବ ପରୀକ୍ଷା, ୧୯ ତାରିଖ ଯାଏଁ ଚାଲିବ । ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ସମୟସୀମା ମଧ୍ୟ ବଢାଇ ଦିଆଯାଇଛି । ଅଗଷ୍ଟ ୩୧ ପରିବତେ ର୍ ସେପଟେମ୍ବର ୧୦ ତାରିଖ ଯାଏ ହେବ ଅନଲାଇନ ଆବେଦନ । ନଭେମ୍ବର ୭ରେ ପ୍ରକାଶ ପାଇବ ରାଜ୍ୟସ୍ତରୀୟ ମେଧା ତାଲିକା । ନଭେମ୍ବର ୩୦ ସୁଦ୍ଧା ପିଜି ନାମଲେଖା ପ୍ରକ୍ରିୟା ସରିବ । ଡିସେମ୍ବର ୩ ତାରିଖରୁ ପାଠପଢା ହେବା ନେଇ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।

Comments are closed.