ରାଜ୍ୟରେ ଦିନକରେ ୬୩ ହଜାର ୨୦୯ କୋରୋନା ଟେଷ୍ଟ, ପ୍ରଥମ ତିନି ସ୍ଥାନରେ ମୟୂରଭଞ୍ଜ, କେନ୍ଦ୍ରାପଡା ଓ ଗଂଜାମ ଜିଲ୍ଲା

ଭୁବନେଶ୍ୱର : ରାଜ୍ୟରେ ଦିନକରେ ୬୩ ହଜାର ୨୦୯ ଜଣଙ୍କର କୋରୋନା ଟେଷ୍ଟ କରାଯାଇଛି । ଏଥିମଧ୍ୟରୁ ୫୫ ହଜାର ୭୮୦ ଜଣଙ୍କର ଆଂଟିଜେନ ଟେଷ୍ଟ, ୭ ହଜାର ୨୯୫ ଆରଟିପିସିଆର୍ ଓ ୧୩୪ଟି ଟ୍ରୁନଟ୍ ଟେଷ୍ଟ ହୋଇଛି ।

ମୟୂରଭଂଜ ଜିଲ୍ଲାରେ ସର୍ବାଧିକ ୮ ହଜାର ୪୫୧ଟି ଟେଷ୍ଟ ହୋଇଥିବା ବେଳେ କେନ୍ଦ୍ରାପଡାରେ ୮ ହଜାର ୨୪୩ ଟେଷ୍ଟ ହୋଇଛି । ଗଂଜାମରେ ୮ ହଜାର ୧୨୨ ଟେଷ୍ଟ କରାଯାଇଥିବା  ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

Comments are closed.