ଦିନକରେ ରାଜ୍ୟରେ ରେକର୍ଡ ୬୮ ହଜାର ୯୦୬ କୋରୋନା ଟେଷ୍ଟିଂ : ଗଂଜାମ, ମୟୂରଭଂଜ ଓ କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ କୋରୋନା ଟେଷ୍ଟିଂରେ ପୁଣି ରେକର୍ଡ । ଗତ ୨୪ ଘଂଟାରେ ସର୍ବାଧିକ ୬୮ ହଜାର ୯୦୬ କୋରୋନା ଟେଷ୍ଟ ହୋଇଛି । ଏଥିମଧ୍ୟରୁ ୬୧ ହଜାର ୧୬୬ ଜଣଙ୍କର ଆଂଟିଜେନ ଟେଷ୍ଟ କରାଯାଇଛି । ୭ ହଜାର ୫୮୫ଟି ଆରଟିପିସିଆର୍ ଓ ୧୫୫ଟି ଟ୍ରୁନଟ୍ ଟେଷ୍ଟ ହୋଇଛି ।

ଗଂଜାମ ଜିଲ୍ଲାରେ ସର୍ବାଧିକ ୮ ହଜାର ୬୫୯ଟି ଟେଷ୍ଟ ହୋଇଥିବା ବେଳେ ମୟୂରଭଂଜରେ ହୋଇଛି ୮ ହଜାର ୫୯୬ ଟେଷ୍ଟ । କେନ୍ଦ୍ରାପଡା ଜିଲ୍ଲାରେ ୭ ହଜାର ୭୫୨ ଟେଷ୍ଟ ହୋଇଛି ।

Comments are closed.