ନାବାଳିକା ଗଣଦୁଷ୍କର୍ମ ମାମଲା, ଓଟିଭି ଏମଡିଙ୍କୁ ପୁଣି ସମନ କଲେ ମହିଳା କମିଶନ

ଭୁବନେଶ୍ୱର- ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡାଙ୍କୁ ପୁଣି ଥରେ ସମନ କରିଛନ୍ତି ରାଜ୍ୟ ମହିଳା କମିଶନ । ଭୁବନେଶ୍ୱର ଡିସିପିଙ୍କ ଜରିଆରେ ତାଙ୍କୁ ସମନ କରାଯାଇଛି । ଆସନ୍ତା ମାସ ପହିଲାରେ ଦିନ ୧୧ଟାରେ ଜଗୀଙ୍କୁ ହାଜର ହେବା ପାଇଁ କୁହାଯାଇଛି । ପୂର୍ବରୁ ମହିଳା କମିଶନଙ୍କ ସମନ ପାଇ ଜଗୀ ମଙ୍ଗତ ପଣ୍ଡା ଗତକାଲି ହାଜର ହୋଇଥିଲେ ମଧ୍ୟ କାଯ୍ୟ ର୍ ବ୍ୟସ୍ତତା ଦର୍ଶାଇ ଶୁଣାଣି ବେଳେ ଉପସ୍ଥିତ ରହି ନ ଥିଲେ । ଫଳରେ ଶୁଣାଣିକୁ ସ୍ଥଗିତ ରଖିଥିଲେ ମହିଳା କମିଶନ । ତେଣୁ ତାଙ୍କୁ ପୁଣି ଥରେ ସମନ କରାଯାଇଛି ।

Comments are closed.