ଦ୍ବିତୀୟ ବିବାହ କରିବେ ଟିନା ଡାବି, କିଏ ହେବେ ଟିନାଙ୍କ ଦ୍ବିତୀୟ ସ୍ବାମୀ ଜାଣନ୍ତୁ

ନୂଆଦିଲ୍ଲୀ: ୟୁପିଏସସି ଟପ୍ପର ତଥା ଚର୍ଚ୍ଚିତ ଆଇଏଏସ୍ ଅଫିସର ଟିନା ଡାବି ପୁଣି ବିବାହ କରିବାକୁ ଯାଉଛନ୍ତି | ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ବାକଦତ୍ତାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି |

୨୦୧୬ ବ୍ୟାଚ୍ ୟୁପିଏସସି ଟପ୍ପର ଟିନା ଡାବି ଯାହାଙ୍କ ସହ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି, ସେ ହେଉଛନ୍ତି ୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଦୀପ ଗୱାଣ୍ଡେ | ସେ ଟିନା ଡାବିଙ୍କଠାରୁ ୧୩ ବର୍ଷ ବଡ଼ | ମହାରାଷ୍ଟ୍ରର ପ୍ରଦୀପ ଗୱାଣ୍ଡେ ରାଜସ୍ଥାନ କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀ।

ପ୍ରଦୀପ ଗାୱାଣ୍ଡେଙ୍କ ସହ ଏକ ଫଟୋ ସେୟାର କରି ଟିନା ଡାବି ଲେଖିଛନ୍ତି, ଏହା ହେଉଛି ତୁମେ ମୋତେ ଦେଇଥିବା ହସ। ପ୍ରଦୀପ ଗାୱାଣ୍ଡେ ମଧ୍ୟ ଉଭୟଙ୍କ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ଟିନା ଏବଂ ପ୍ରଦୀପ ଏପ୍ରିଲ ୨୨ରେ ଜୟପୁରର ଏକ ହୋଟେଲରେ ବିବାହ କରିବେ।

ଦଳିତ ପରିବାରରୁ ଆଉ ଆସିଥିବା ଟିନା ଡାବି ଦିଲ୍ଲୀର ଲେଡି ଶ୍ରୀ ରାମ କଲେଜରୁ ସ୍ନାତକ ହାସଲ କରିଛନ୍ତି। ସେ ୟୁପିଏସସି ପରୀକ୍ଷାରେ ଟପ୍ପର ହେବା ପରେ ଚର୍ଚ୍ଚିତ ହୋଇଥିଲେ | ଏହା ପରେ ତାଙ୍କର ପ୍ରଥମ ବିବାହ ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା |

୨୦୧୮ ରେ ଟିନା ଡାବି ଆଇଏଏସ୍ ଅଥର ଆମୀର ଖାନଙ୍କ ସହ ପ୍ରଥମ ବିବାହ କରିଥିଲେ | ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ନିଜେ ଟପ୍ପର ହୋଇଥିବା ବେଳେ ଅଥର ଆମୀର ଦ୍ୱିତୀୟ ସ୍ଥାନରେ ରହିଥିଲେ |

ସେମାନଙ୍କ ବିବାହ ଏବଂ ପ୍ରେମ କାହାଣୀକୁ ନେଇ ଗଣମାଧ୍ୟମରୁ ସୋସିଆଲ ମିଡିଆରେ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ନେତା ଓ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ସେମାନଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ତେବେ ଏକ ଆନ୍ତଃଧର୍ମ ବିବାହ ଯୋଗୁଁ ଉଭୟ କିଛି ମହଲରୁ ସମାଲୋଚନାର ସମ୍ମୁଖୀନ ହୋଇଥିଲେ |
ତେବେ ୨୦୨୧ ରେ ଟିନା ଏବଂ ଅଥର ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ | ଉଭୟ ପରସ୍ପରକୁ ଛାଡପତ୍ର ଦେଇଥିଲେ।

ଏବେ ଟିନା ଦାବିଙ୍କ ଦ୍ୱିତୀୟ ବିବାହ ମଧ୍ୟ ଚର୍ଚ୍ଚାରେ ଅଛି । ସୋସିଆଲ ମିଡିଆରେ # ଟିନା ଡାବି ଟ୍ରେଣ୍ଡ କରୁଛି ଏବଂ ଲୋକମାନେ ତାଙ୍କ ଦ୍ବିତୀୟ ବିବାହ ନେଇ ପ୍ରତିକ୍ରିୟା ରଖିଛନ୍ତି ।

Comments are closed.