ପଞ୍ଜାବ ଠାରୁ ଜମ୍ମୁକାଶ୍ମୀର ଯାଏଁ ଭୂକମ୍ପର ଝଟକା

ନୂଆଦିଲ୍ଲୀ: ଆଜି ସକାଳେ ପଞ୍ଜାବରୁ ଜମ୍ମୁ କାଶ୍ମୀର ପର୍ଯ୍ୟନ୍ତ ଭୂକମ୍ପର ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଛି । ପଞ୍ଜାବରେ ଲୋକମାନେ ସକାଳ ପ୍ରାୟ ୯:୪୯ରେ ଭୂକମ୍ପର କମ୍ପନ ଅନୁଭବ କରିଥିଲେ। ଏହି ସମୟରେ ଚଣ୍ଡିଗଡ଼ରେ ପ୍ରାୟ ଦୁଇ ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା। ସୂଚନାନୁସାରେ, ଏହାର କେନ୍ଦ୍ରସ୍ଥଳ ପାକିସ୍ତାନ-ଆଫଗାନିସ୍ତାନ ସୀମା ଥିଲା ବୋଲି କୁହାଯାଉଛି । ଏହା ସହିତ ଉତ୍ତର ପ୍ରଦେଶର ନୋଏଡା ଠାରେ ଭୂମିକମ୍ପ ଅନୁଭୂତ ହେବାର ଖବର ରହିଛି |

ରିଆକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୭ ଆକଳନ କରାଯାଇଥିଲା | ପାକିସ୍ତାନ ଭୂକମ୍ପର କେନ୍ଦ୍ରବିନ୍ଦୁ ଥିବା କୁହାଯାଇଛି। ପାକିସ୍ତାନର ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଶନିବାର ଇସଲାମାବାଦ, ରାୱଲପିଣ୍ଡି ଏବଂ ପଞ୍ଜାବ ଏବଂ ଖାଇବର ପାଖ୍ଟନଖୱା ସହରର ୫.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଇସଲାମାବାଦର ଜାତୀୟ ଭୂକମ୍ପ ମନିଟରିଂ ସେଣ୍ଟର ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୨୧୦ କିଲୋମିଟର ଗଭୀରତାରେ ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳରେ ଥିଲା।

ଭୂକମ୍ପ ଯୋଗୁଁ ଧନଜୀବନ ହାନି ହେବାର କୌଣସି ଖବର ନାହିଁ। କିନ୍ତୁ ଭୂକମ୍ପ ଝଟକା ଯୋଗୁଁ ଲୋକ ଭୟଭୀତ ହୋଇଯାଇଥିଲେ ଏବଂ ଘରୁ ବାହାରକୁ ଚାଲି ଆସିଥିଲେ।

Comments are closed.