ଟ୍ରମ୍ପଙ୍କୁ ଝଟକା, ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କଲେ କୋର୍ଟ

ୱାଶିଂଟନ: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା। ଟ୍ରମ୍ପ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ​​ଲଢ଼ିପାରିବେ ନାହିଁ। କଲୋରାଡୋର ସୁପ୍ରିମକୋର୍ଟ ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି। କ୍ୟାପିଟଲ୍ (ଆମେରିକା ସଂସଦ) ହିଂସା ପାଇଁ ତାଙ୍କୁ ଦାୟୀ କରାଯାଇଛି। ଏହି ହିଂସା ୬ ଜାନୁୟାରୀ ୨୦୨୧ରେ ଘଟିଥିଲା ।

୨୦୨୦ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ​​ଟ୍ରମ୍ପ ପରାସ୍ତ ହୋଇଥିଲେ। ଏହା ପରେ ଜାନୁୟାରୀ ୬, ୨୦୨୧ରେ ତାଙ୍କ ସମର୍ଥକମାନେ ସଂସଦରେ ପଶି ହିଂସାକାଣ୍ଡ ଘଟାଇଥିଲେ ଏବଂ ନିର୍ବାଚନ ଫଳାଫଳରେ ଜାଲିଆତି ଅଭିଯୋଗ କରିଥିଲେ ।

ଆମେରିକାର ସମ୍ବିଧାନ ଅନୁଯାୟୀ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ, ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ସମ୍ବିଧାନର ୧୪ ତମ ସଂଶୋଧନର ଧାରା ୩ ଅଧୀନରେ ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ଅଯୋଗ୍ୟ ହୋଇଛନ୍ତି।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ଟ୍ରମ୍ପ ଏହି ରାୟକୁ ଚ୍ୟାଲେଞ୍ଜ କରିପାରନ୍ତି।

Comments are closed.