ରୋଗୀ ସଂଖ୍ୟା କମୁଥିବାରୁ ରାଜ୍ୟରେ ବନ୍ଦ ହେବ ଦୁଇଟି କୋଭିଡ ହସପିଟାଲ

ଭୁବନେଶ୍ୱର- କୋଭିଡ ରୋଗୀଙ୍କ ସଂଖ୍ୟା କମ୍ ହେଉଥିବାରୁ ୨ଟି ଜିଲ୍ଲାରେ ଚାଲିଥିବା କୋଭିଡ ହସପିଟାଲ । ୨୦ ତାରିଖରୁ ବ୍ରହ୍ମପୁର ଉପକଂଠ ସ୍ଥିତ ଟାଟା କୋଭିଡ ହସପିଟାଲ ବନ୍ଦ ହେବ । ୩୧ ତାରିଖରୁ କଟକର ଅଶ୍ୱିନୀ କୋଭିଡ ହସପିଟାଲ ବି ବନ୍ଦ ହେବ । ରୋଗୀ ଆଡମିଶନ ବନ୍ଦ କରିବା ପାଇଁ ଟାଟା କୋଭିଡ ହସପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ୨୧ ତାରିଖରୁ କଟକ ଅଶ୍ୱିନୀ ହସପିଟାଲରେ ରୋଗୀ ଆଡମିଶନ ବନ୍ଦ ହେବ । ହସପିଟାଲ ବନ୍ଦ ନେଇ ଗଞ୍ଜାମ ଓ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Comments are closed.