ଲତା ମଙ୍ଗେସକରଙ୍କ ବିୟୋଗରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

ମୁମ୍ବାଇ: ନିଜ ସୁମଧୁର ସ୍ୱରରେ ପିଢ଼ି ପରେ ପିଢ଼ି ଶ୍ରୋତାଙ୍କୁ ବିମୁଗ୍ଧ କରିଥିବା କୋକିଳକଣ୍ଠୀ ଭାରତ ରତ୍ନା ଲତା ମଙ୍ଗେସକର ଆଜି ଦେହାନ୍ତ ହୋଇଛି | କରୋନା ପଜିଟିଭ଼ ଚିହ୍ନଟ ହେବା ପରେ ଲତାଙ୍କୁ ଗତ ୨୯ ଦିନ ଧରି ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କର ସ୍ବାସ୍ଥ୍ୟ ବିଗିଡ଼ି ଯିବା ପରେ ତାଙ୍କୁ ପୁଣି ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ଆଜି ସକାଳେ ଏହି କିମ୍ବଦନ୍ତୀ କଣ୍ଠଶିଳ୍ପୀ ଇହ ଜଗତରୁ ବିଦାୟ ନେଇଛନ୍ତି । ଲତାଙ୍କ ଦେହାନ୍ତ ପରେ କେନ୍ଦ୍ର ସରକାର ଦେଶରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହି ଦୁଇ ଦିନ ଜାତୀୟ ପତାକା ଅର୍ଦ୍ଧ ନମିତ ରହିବ ।

ସେପଟେ ଲତାଙ୍କ ଘର ବାହାରେ ପୋଲିସ ସୁରକ୍ଷା ବଢ଼ାଇଛି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଲତାଙ୍କ ଅନ୍ତିମ ସଂସ୍କାର କରାଯିବ |

ବ୍ରିଚ କ୍ୟାଣ୍ଡି ହସ୍ପିଟାଲର ଡାକ୍ତର ପ୍ରତୀତ୍ ସମଦାନୀ କହିଛନ୍ତି ଯେ ଲତା ଦିଦି (ଲତା ମଙ୍ଗେଶକର)ଙ୍କର ଆଜି ସକାଳ ୮:୧୨ରେ ପରଲୋକ ହୋଇଛି। ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଚଳ ହୋଇଯିବା ପରେ ତାଙ୍କର ନିଧନ ହୋଇଛି।

Comments are closed.