ଲତା ମଙ୍ଗେସକରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ – ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୋକବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲତା ଦିଦିଙ୍କ ଗୀତଗୁଡିକ ବିବିଧ ଭାବପ୍ରଣତାର ପରିପ୍ରକାଶ କରୁଥିଲା । ଦଶକ ଦଶକ ଧରି ସେ ଭାରତୀୟ ଫିଲ୍ମ ଜଗତର ରୂପାନ୍ତର ଦେଖିଆସିଥିଲେ । ଫିଲ୍ମ ବାଦ୍ ସେ ସର୍ବଦା ଭାରତର ଅଭିବୃଦ୍ଧି ନେଇ ଚିନ୍ତା କରୁଥିଲେ । ଲତା ଦିଦି ଭାରତକୁ ଏକ ଦୃଢ ଓ ବିକଶିତ ଦେଶ ଭାବେ ଦେଖିବାକୁ ଚାହୁଁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Comments are closed.