ୟୁଜି ଓ ପିଜି ଶେଷବର୍ଷ ପରୀକ୍ଷା କରିବାକୁ ଆଜି ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର : ୟୁଜି ଓ ପିଜି ଶେଷବର୍ଷ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ କିଭଳି ଭାବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ, ସେ ନେଇ ଆଲୋଚନା ପାଇଁ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ବସୁଛି ।

ବୈଠକରେ ୧୧ଟି ବିଶ୍ୱବିଦ୍ୟାଳୟର କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କ ସମେତ ୧୯ଟି ସରକାରୀ ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ୧୬ଟି ଅନୁଦାନପ୍ରାପ୍ତ ବେସରକାରୀ ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକ ସାମିଲ ହେବେ । ଭିଡିଓ କନଫରେନସିଂ ଜରିଆରେ ଏହି ବୈଠକ ହେବ । କେବେ ଓ କେଉଁ ସମୟରେ ପରୀକ୍ଷା କରାଯାଇପାରିବ, ସେ ବାବଦରେ ସମସ୍ତଙ୍କ ମତାମତ ନିଆଯିବ ।

Comments are closed.