ଆଜି ଆକାଶାମାର୍ଗରୁ ବନ୍ୟାଚଂଳ ଦେଖିବେ ମୁଖ୍ୟମନ୍ତ୍ରୀ, ସେପଟେ କାଲିଠାରୁ ପୁଣି ରାଜ୍ୟରେ ବର୍ଷା, ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର : ଲଘୁଚାପ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ଉପକୂଳ ଜିଲ୍ଲାଗୁଡିକ ବନ୍ୟା ପ୍ରକୋପ ସହିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ବନ୍ୟାଂଚଳ ପରିଦର୍ଶନ କରିବେ । ରାଜ୍ୟରେ ବନ୍ୟା ପରିସ୍ଥିତିରେ ଉନ୍ନତି ଆସିଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି । ପ୍ରଭାବିତ ଅଂଚଳରେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ନିଆଯିବା ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟ  ତ୍ୱରାନ୍ୱିତ ହୋଇଛି । ଯନ୍ତ୍ରୀମାନେ ସମସ୍ତ ନଦୀବନ୍ଧ ଉପରେ ନଜର ରଖିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ସରକାରଙ୍କ ପ୍ରାଥମିକ ଆକଳନ ଅନୁସାରେ ସାଢେ ୧୪ ଲକ୍ଷ ଲୋକ ବନ୍ୟାଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏବେ ୨ ଲକ୍ଷ ୬୫ ହଜାର ଲୋକ ଜଳବନ୍ଦୀ ଅଛନ୍ତି ।

ମହାନଦୀରେ ସମ୍ଭାବ୍ୟ ବନ୍ୟା ଯୋଗୁଁ କେନ୍ଦ୍ରାପଡା, ଜହତସିଂହପୁର , ପୁରୀ ଓ କଟକ ଜିଲ୍ଲା ଅଧିକ ପ୍ରଭାବିତ ହେବ । ଲଘୁଚାପଜନିକ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଯାଇ ନ ଥିଲା ବେଳେ ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ୯ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ଆଲର୍ଟ । କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଜପତି, ରାୟଗଡା, ମାଲକାନଗିରି , ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Comments are closed.