କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ, ୟୁପିଏସ୍‌ସି ଆଶାୟୀଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ମନାକଲେ

ନୂଆଦିଲ୍ଲୀ: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ପରୀକ୍ଷାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯିବ ନାହିଁ । ଏକ ସତ୍ୟପାଠ ଜରିଆରେ କେନ୍ଦ୍ର ସରକାର ଆଜି ଏହା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ସୂଚନାଯୋଗ୍ୟ, ଅକ୍ଟୋବରରେ ୪ରେ ୟୁପିଏସ୍‌ସି ପ୍ରିଲିମିନାରି ପରୀକ୍ଷା ହୋଇଥିଲା । ତେବେ କୋଭିଡ୍‌-୧୯ ଯୋଗୁଁ ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତି ପ୍ରଭାବିତ ହୋଇଥିଲା ।

ୟୁପିଏସ୍‌ସି ପ୍ରିଲିମିନାରୀ ପରୀକ୍ଷା ପାଇଁ ଆଉ ଏକ ସୁଯୋଗ ଦେବାକୁ ଦାବିକରି ଅଧିକାଂଶ ୟୁପିଏସ୍‌ସି ଆଶାୟୀ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଥିଲେ । ଏନେଇ ସୁପ୍ରିମକୋର୍ଟ କେନ୍ଦ୍ରର ଜବାବ ତଲବ କରିଥିଲେ ।

ୟୁପିଏସ୍‌ସି ଆଶାୟୀଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ସରକାର ବିଚାର କରୁଥିବା ସେତେବେଳେ କେନ୍ଦ୍ର ସରକାର କୋର୍ଟଙ୍କୁ କହିଥିଲେ । ହେଲେ ଏବେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ୟୁ ଟର୍ଣ୍ଣ କରିଛନ୍ତି । ଆଜି ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହୋଇଥିଲା । ତେବେ ଅତିରିକ୍ତ ସିଲିସିଟର ଜେନେରାଲ୍ ଏସ୍‌ଭି ରାଜୁ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ କେନ୍ଦ୍ର ସରକାର ଚାହୁଁନାହାଁନ୍ତି ।

Comments are closed.