ସମ୍ବଲପୁରରେ ବିଜେପି ନେତାଙ୍କ ଧାରଣା ପ୍ରସଙ୍ଗରେ ବିଜେଡିର ଜୋରଦାର ପ୍ରତିକ୍ରିୟା

ଭୁବନେଶ୍ୱର- ସମ୍ବଲପୁରରେ ବିଜେପି ନେତାଙ୍କ ଧାରଣ ଦେବା ପ୍ରସଙ୍ଗରେ ଜୋରଦାର ପ୍ରତିକ୍ରିୟା ରଖିଛି ବିଜେଡି । ଏ ପ୍ରସଙ୍ଗରେ ବିଜେପିକୁ କଡା ସମାଲୋଚନା କରିଛି ଦଳ । ଚାଷୀଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ଯାଉଛି । ମିଡିଲମ୍ୟାନ ବ୍ୟବସ୍ଥା ନାହିଁ । ବିଜେପି ମିଡିଲମ୍ୟାନଙ୍କ ପାଇଁ ଓକିଲାତି କରୁଛି ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ।

ସେ କହିଛନ୍ତି ଯେ, ସମସ୍ତ ପଂଜିକୃତ ଚାଷୀଙ୍କ ଧାନ ଉଠାଯିବ । କାହାର ବି ଧାନ ପଡିରହିବ ନାହିଁ । ଦିଲ୍ଲୀରେ କୃଷକ ଆନ୍ଦୋଳନରୁ ନଜର ହଟାଇବା ପାଇଁ ବିଜେପି ଏପରି ଡ୍ରାମା କରୁଛି ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି । ଯଦି ଚାଷୀଙ୍କ ପାଇଁ ହୃଦୟ କାନ୍ଦୁଛି , ତାହା ହେଲେ ଦିଲ୍ଲୀରେ ବିଜେପି ସ୍ୱର ଉଠାଇ ବୋଲି ସେ କହିଛନ୍ତି ।

Comments are closed.