ଟଳିନି କରୋନା ବିପଦ, ନୂଆ ଭାରିଆଣ୍ଟର ଆବିର୍ଭାବ ହୋଇପାରେ, ଚେତାଇଲେ ‘ହୁ’ ମୁଖ୍ୟ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ କୁ ହାଲୁକା ଭାବେ ନ ନେବାକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ପୁଣି ଥରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି କେହି କରୋନା କିମ୍ବା ଏହାର ନୂଆ ଭାରିଆଣ୍ଟକୁ ହାଲୁକା ଭାବରେ ନେଉଛନ୍ତି, ତେବେ ତାଙ୍କୁ ସତର୍କ ହେବା ଦରକାର | ସେ କହିଛନ୍ତି ଯେ କରୋନା ବିପଦ ଆଦୌ ଟଳି ନାହିଁ । ଓମିକ୍ରନ୍ ପରେ ନୂଆ ଭାରିଆଣ୍ଟର ଆବିର୍ଭାବ ମଧ୍ୟ ହୋଇପାରେ ବୋଲି ସେ କହିଛନ୍ତି । ଏକ ସପ୍ତାହ ମଧ୍ୟରେ ବିଶ୍ୱରେ ପ୍ରାୟ ଏକ କୋଟି ଅଶୀ ଲକ୍ଷ ମାମଲା ରୁଜୁ ହୋଇଛି।

ହୁ କହିଛି, “କରୋନା ମହାମାରୀ ଦେଶରୁ କିମ୍ବା ଦୁନିଆରୁ ଯାଇନାହିଁ। ବରଂ ଏହା ଓମିକ୍ରନ୍ ଆକାରରେ ପାଦ ବିସ୍ତାର କରୁଛି।”

ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି, “କେତେକ ଦେଶରେ ଏହି ମହାମାରୀ ପିକ୍ ଅତିକ୍ରମ କରିସାରିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଦେଶ ମହାମାରୀରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇନାହାଁନ୍ତି। ମୁଁ ସେହି ଦେଶମାନଙ୍କୁ ନେଇ ଚିନ୍ତିତ ଯେଉଁଠାରେ ଟିକାକରଣ ହାର କମ୍ ଅଛି ।

ଭାରତରେ କରୋନା ସଂକ୍ରମଣର ଗତି ଟିକେ ମନ୍ଥର ପଡ଼ିଥିଲେ ମଧ୍ୟ ଗୁଜରାଟ, କର୍ଣ୍ଣାଟକ, କେରଳ ଭଳି ରାଜ୍ୟରେ ଦୈନିକ ମାମଲା ବଢ଼ି ଚାଲିଛି ।

Comments are closed.