ରାଜ୍ୟରେ ୪ ହଜାର ୨୦୯ ନୂଆ କୋରୋନା ରୋଗୀ, ମୃତ୍ୟୁସଂଖ୍ୟା ୬୯୧କୁ ବୃଦ୍ଧି

ଭୁବନେଶ୍ୱର – ରାଜ୍ୟରେ ଆଉ ୪ ହଜାର ୨୦୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୨ ହଜାର ୪୪୧ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୭୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ତାଲିକାରେ ଖୋର୍ଧା ଜିଲ୍ଲା ଶୀର୍ଷ ସ୍ଥାନ ବଜାୟ ରଖିଛି । ଜିଲ୍ଲାରୁ ଗତ ୨୪ ଘଂଟା ମଧ୍ୟରେ ସର୍ବାଧିକ ୬୬୩ ଓ କଟକ ଜିଲ୍ଲାରୁ ୪୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୨୬ । ବାଲେଶ୍ୱରରୁ ୧୮୩, ଯାଜପୁରରୁ ୧୭୬, ସମ୍ବଲପୁରରୁ ୧୫୪, ଜଗତସିଂହପୁରରୁ ୧୪୬, ସୁନ୍ଦରଗଡରୁ ୧୨୧, କେନ୍ଦ୍ରାପଡାରୁ ୧୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୫୦କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୩୭ ହଜାର ୨୩୯ । ୧ ଲକ୍ଷ ୩୭ ହଜାର ୫୬୭ ଜଣ ସୁସ୍ଥ ହୋଇସାରିଛନ୍ତି ।

ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୬୯୧କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୯ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି ।

Comments are closed.