ସ୍ୱାୟତ ଶାସନ ଦିବସରେ ନବୀନଙ୍କ ଭେଟି : ୧୦୦ ମାଇକ୍ରୋ କମ୍ପୋଜିଟ୍ ସେଂଟର, ୫୦ଟି ଏମଆରଏଫ ଲୋକାର୍ପିତ, ଆମ ସହର, ସ୍ୱଚ୍ଛ ସହର ଆପ୍ ର ଶୁଭାରମ୍ଭ

ଭୁବନେଶ୍ୱର : ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାୟତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦ଟି ମାଇକ୍ରୋ କମ୍ପୋଜିଟ୍ ସେଂଟର୍‌, ୫୦ଟି ଏମଆରଏଫ୍ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି ।

ଭିଡିଓ କନଫରେନଓ ଜରିଆରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ‘ଆମ ସହର, ସ୍ୱଚ୍ଛ ସହର’ ମୋବାଇଲ୍ ଆପ୍‌ର ବି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆପ୍ ଜରିଆରେ ସହରାଂଚଳରେ ସାଧାରଣ ସେବା ମିଳିପାରିବ । ଏହି ଅବସରରେ କଠିନ ବର୍ଜ୍ୟବସ୍ତୁ ଓ କୋଭିଡ ସୁପରିଚାଳନା ପାଇଁ ପୌରାଚଂଳଗୁଡିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୧ଟି ପାଇଖାନା ବର୍ଜ୍ୟ ପରିଚାଳନା ପ୍ଲାଂଟ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.