ଭାରତରେ ନିଜ ନ୍ୟୁଜ୍ , କ୍ରିକେଟ୍ ଓ ଏଣ୍ଟରଟେନମେଣ୍ଟ୍ ସେବା ବନ୍ଦ କଲା ୟାହୁ

ନୂଆଦିଲ୍ଲୀ: ଲୋକପ୍ରିୟ ଇଣ୍ଟରନେଟ କମ୍ପାନୀ “ୟାହୁ” ଭାରତରେ ଏହାର ନ୍ୟୁଜ୍ ୱେବସାଇଟ୍ ସହିତ ଅନେକ ସେବା ବନ୍ଦ କରିଦେଇଛି | ଏହାର କାରଣ ହେଉଛି ଭାରତ ସରକାରଙ୍କ ନୂଆ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫଡିଆଇ) ନିୟମ । ଏହି ନିୟମ ଭାରତରେ ପରିଚାଳିତ ଡିଜିଟାଲ୍ ମିଡିଆ କମ୍ପାନୀଗୁଡିକରେ ବିଦେଶୀ ମାଲିକାନା ସୀମିତ ରଖିବାକୁ ଉଦ୍ଦିଷ୍ଟ |

ୟାହୁ ଭାରତରେ ବନ୍ଦ କରିଥିବା ୱେବସାଇଟ୍ ଗୁଡିକରେ ୟାହୁ ନ୍ୟୁଜ୍, ୟାହୁ କ୍ରିକେଟ୍, ୟାହୁ ଫାଇନାନ୍ସ, ଏଣ୍ଟରଟେନମେଣ୍ଟ ଏବଂ ମେକର୍ସ ଇଣ୍ଡିଆ ଭଳି ସାଇଟ୍ ରହିଛି | ତେବେ ୟାହୁର ଭାରତୀୟ ୟୁଜର୍ ମାନେ ଏହାର ଇ-ମେଲ୍ ଏବଂ ସର୍ଚ୍ଚ ଇଞ୍ଜିନ ବ୍ୟବହାର କରିପାରିବେ |
ଏକ ବିଜ୍ଞପ୍ତିରେ ୟାହୁ ୱେବସାଇଟ୍ କହିଛି ଯେ ୟାହୁ ଇଣ୍ଡିଆ ୨୬ ଅଗଷ୍ଟରୁ କଣ୍ଟେଣ୍ଟ ପ୍ରକାଶନ କରିବ ନାହିଁ। ୟାହୁରେ ଆପଣଙ୍କର ଆକାଉଣ୍ଟ୍, ମେଲ୍ ଏବଂ ସର୍ଚ୍ଚ ଇଞ୍ଜିନ୍ ଏହି କାରଣରୁ କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ ଏବଂ ପୂର୍ବ ପରି ଚାଲୁ କରିବ । ୨୦୧୭ରେ ୟାହୁକୁ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀ ଭେରିଜନ୍ କିଣିଥିଲା।

କମ୍ପାନୀ ୨୬ ଅଗଷ୍ଟରୁ ଭାରତରେ କଣ୍ଟେଣ୍ଟ ପ୍ରକାଶନ ବନ୍ଦ କରିଦେଇଛି ଏବଂ ଦେଶରେ ୟାହୁ କଣ୍ଟେଣ୍ଟ ମ୍ୟାନେଜମେଣ୍ଟ ବନ୍ଦ କରିଦେଇଛି | ନୋଟିସରେ ୟାହୁ ତରଫରୁ କୁହାଯାଇଛି ଯେ, ଆମେ ତରବରିଆ ଭାବେ ଏହି ନିଷ୍ପତ୍ତି ନେଇ ନାହୁଁ। ୟାହୁ ଇଣ୍ଡିଆ ଉପରେ ଭାରତର ନିୟାମକ ଆଇନର ପ୍ରଭାବ ପଡିଛି । ତେଣୁ ଗଭୀର ବିଚାର ବିମର୍ଷ କରିବା ପରେ ଏହି ନିଷ୍ପତ୍ତିରେ ପହଞ୍ଚିଛୁ ।

Comments are closed.