ଧାନ କିଣା ଦୁର୍ନୀତିରେ ଶୂନ୍ୟ ସହନଶୀଳତା ନୀତି : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର- ମଣ୍ଡି ଅବ୍ୟବସ୍ଥା ଓ ଧାନ କିଣା ନେଇ ବିଧାନସଭାରେ ଆଲୋଚନା ପରେ ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି ଯେ, ଟୋକନ ଲାପ୍ସ ନେଇ ବିଭାଗ ପକ୍ଷରୁ ଅସୁବିଧା ଥିଲେ ପଦକ୍ଷେପ ନିଆଯିବ । ପ୍ରକୃତ ଚାଷୀଙ୍କ ଧାନ କିଣାଯିବ । ବେପାରୀଙ୍କଠରୁ ଧାନ ନିଆଯିବ ନାହିଁ ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖି କହିଛନ୍ତି ।

ବାହାରୁ ଧାନ ଆଣି ବିକିବା ପାଇଁ ଅନୁମତି ନାହିଁ ବୋଲି ମନ୍ତ୍ରୀ କହିଥିଲେ । ମନ୍ତ୍ରୀ କହିଛନ୍ତି ଯେ, ଧାନ କିଣା ଦୁର୍ନୀତିରେ ଶୂନ୍ୟ ସହନଶୀଳତାନୀତି ଅବଲମ୍ବନ କରିଛନ୍ତି ସରକାର । ଟୋକନ ପାଇ ମାସେ ମଧ୍ୟରେ ଧାନ ନ ବିକିଲେ ଡମି ଚାଷୀ ଗଣା ହେବେ । ତେବେ, ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ଓ କଂଗ୍ରେସ କକ୍ଷ ତ୍ୟାଗ କରିଥିଲେ । 

Comments are closed.