ପରିସ୍ଥିତି ବିଗିଡିଲେ ହିଁ ପୁଣି ଲକଡାଉନ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ୱର- ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରୀ ଆଶଙ୍କା ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି ଯେ, ସ୍ଥିତି ଉପରେ କଡା ନଜର ରଖାଯାଇଛି । ଲୋକଙ୍କୁ ସଚେତନ କରାଯାଉଛି । କୋଭିଡ ନିୟମକୁ କଡାକଡି କରାଯାଉଛି । କୋଭିଡ ଟେଷ୍ଟିଂ ମଧ୍ୟ ବଢାଯାଉଛି । ପରିସ୍ଥିତି ବିଗିଡିଲେ ପୁଣି ଲକଡାଉନ ହୋଇପାରେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Comments are closed.