ପୁରୀ ହାଜତ ମୃତ୍ୟୁ ନେଇ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ

ପୁରୀ- ପୁରୀ ବାସେଳିସାହି ଥାନା ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ସତ୍ୟପାଠରେ ଅଭିଯୁକ୍ତଙ୍କ ମୃତ୍ୟୁ ହାଜତ ମୃତ୍ୟୁ ନୁହେଁ ବୋଲି ଦର୍ଶାଯାଇଛି । ଏଥିସହିତ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି ରାଜ୍ୟ ସରକାର । ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ ହାଇକୋର୍ଟ ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ୨୨ ତାରିଖକୁ ଧାର୍ଯ୍ୟ କରିଛନ୍ତି ।

Comments are closed.