ରାଜ୍ୟରେ ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ, ଆସନ୍ତା ୧୩ କିମ୍ବା ୧୪ରେ ରାଜ୍ୟକୁ ଆସିବ ଟିକା

ଭୁବନେଶ୍ୱର- ରାଜ୍ୟରେ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ଆସନ୍ତା ୧୬ରୁ ସାରାଦେଶରେ କୋଭିଡ ଟିକାକରଣ ଆରମ୍ଭ ହେବ । ଏହା ପୂର୍ବରୁ ରାଜ୍ୟକୁ ୨-୩ ଦିନ ଆଗରୁ ରାଜ୍ୟକୁ ଟିକା ଆସିବା ସମ୍ଭାବନା ରହିଛି । ରାଜ୍ୟରେ ୧୬୦ଟି ସେସନ ସାଇଟ ବା କେନ୍ଦ୍ରରେ ଟିକାକରଣ ହେବ । ଦୁଇଟି ସ୍ଥାନରେ ଟୁ ୱେ କମ୍ୟୁନିକେସନ ରହିବ । ଡିଏଚ ସୁନ୍ଦରଗଡ ଓ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ଏହି ବ୍ୟବସ୍ଥା ରହିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଟିକାକରଣ ପାଇଁ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଦୁଇ ଦୁଇ ଥର ଡ୍ରାଏ ରନ୍ ପରେ ସାରାଦେଶରେ ଆସନ୍ତା ୧୬ ତାରିଖରୁ କୋଭିଡ ଟିକାକରଣ ଆରମ୍ଭ ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇସାରିଛନ୍ତି । ଅକ୍ସ୍‌ଫୋର୍ଡର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ ଟିକାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ପ୍ରାଥମିକତା ଆଧାରରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ।

Comments are closed.