ଶାରଦାଙ୍କ ସ୍ମୃତିରେ : ଏଣିକି ପ୍ରତିବର୍ଷ ଦିଆଯିବ ଶାରଦା ପ୍ରସନ୍ନ ନାୟକ ଗୀତି କବିତା ପୁରସ୍କାର, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର- ବିଶିଷ୍ଟ ଗୀତିକାର ଓ ଚଳଚ୍ଚିତ୍ର ନିର୍ମାତା ସ୍ୱର୍ଗତଃ ଶାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିରେ ପ୍ରତିବର୍ଷ ଦିଆଯିବ ଗୀତି କବିତା ପୁରସ୍କାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଏହି ପୁରସ୍କାର ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଦିଆଯିବ । ଏକାଡେମୀର ଗୀତି କବିତା ପୁରସ୍କାର ଶାରଦା ପ୍ରସନ୍ନ ନାୟକଙ୍କ ନାଁରେ ନାମିତ ହେବ ।

ପୁରସ୍କାର ସହ ଅଢେଇ ଲକ୍ଷ ଟଙ୍କା ଦିଆଯିବ ।

ଆଜି ଶାରଦାଙ୍କ ଏକାଦଶାହ । ଏହି ଅବସରରେ ସଂସ୍କୃତି ବିଭାଗ ଓ ଜିକେସି ଓଡିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଏକ ସ୍ମୃତି ସଭା ଆୟୋଜିତ ହୋଇଛି । ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶାରଦାଙ୍କ ସ୍ମୃତି ଚାରଣ କରିଥିଲେ । ଶାରଦା ପ୍ରସନ୍ନଙ୍କ ଅବଦାନ ଓଡିଆ କଳା ଜଗତକୁ ରୁଦ୍ଧିମନ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି । ଜଣେ ଗୀତିକାର ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବେ ଶାରଦାଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା । ସେ କା, ସ୍ତ୍ରୀ ଓ ସଂସାର ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଚଳଚ୍ଚିତ୍ର ବ୍ୟତୀତ ଆକାଶବାଣୀ ଓ ଦୂରଦର୍ଶନରେ ସେ ସକ୍ରିୟ ଥିଲେ । ୨୦୧୩ରେ ତାଙ୍କୁ ଦିଆଯାଇଥିଲା ଜୟଦେବ ସମ୍ମାନ ।

ଶାରଦା ପ୍ରସନ୍ନ ନାୟକଙ୍କ ସେପଟେମ୍ବର ୯ ତାରିଖରେ ଦେହାନ୍ତ ହୋଇଯାଇଥିଲା ।

Comments are closed.