କରୋନା ଅପଡେଟ୍‌: ଦେଶରେ ଆଉ ୧୫,୫୧୦ ମାମଲା, ୧୦୬ ମୃତ

ନୂଆଦିଲ୍ଲୀ – ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ । କିଛି ରାଜ୍ୟରେ କରୋନା ମାମଲା ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି । ସେପଟେ ଦେଶରେ ଗତ ୨୪ ଘ ।ରେ ଆଉ ୧୫,୫୧୦ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ରୋଗରେ ଆଉ ୧୦୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ କରୋନାର ମୋଟ ମାମଲା ୧ କୋଟି ୧୦ ଲକ୍ଷ ୯୬ ହଜାର ୭୩୧କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୭ ହଜାର ୧୫୭ ଲୋକ ପ୍ରାଣ ହରାଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୮୬ ହଜାର ୪୫୭ରେ ପହଞ୍ଚିଛି ।

ଭାରତରେ ଏବେ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଦେଶରେ ବ ର୍ମାନ ସୁଦ୍ଧା ୧ ଲକ୍ଷ ୬୮ ହଜାର ୬୨୭ ଚିକିତ୍ସାଧୀନ ରୋଗୀ ଅଛନ୍ତି ।
କରୋନା ବିରୋଧରେ ଦେଶରେ ଟିକାକରଣ ଜାରି ରହିଛି । ଏ ଯାବତ୍ ୧ କୋଟି ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ କରୋନା ଟିକା ଦିଆଯାଇଛି । ଆଜିଠାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ୬୦ରୁ ଊର୍ଦ୍ଧ୍ୱ ଏବଂ ବିଭିନ୍ନ ରୋଗରେ ପୀଡିତ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକା ଦିଆଯିବ । ଏହି ପର୍ଯ୍ୟାୟର ପ୍ରଥମ ହିତାଧିକାରୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଦିଲ୍ଲୀ ଏମ୍ସରେ ଟିକା ନେଇଛନ୍ତି । ସେ ଦେଶୀ ଟିକା ଭାବେ ପରିଚିତ ‘କୋଭାକ୍ସିନ’ର ପ୍ରଥମ ଡୋଜ୍ ନେଇଛନ୍ତି ।

Comments are closed.