କରୋନା ଅପଡେଟ୍‌: ୧୮,୬୪୫ ନୂଆ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ଦେଢ଼ ଲକ୍ଷ ଟପିଲା

ନୂଆଦିଲ୍ଲୀ – ଭାରତରେ କରୋନା ସଂକ୍ରମଣ ଗ୍ରାଫ୍ ନିମ୍ନଗାମୀ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୮,୬୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ଘାତକ ରୋଗରେ ଆଉ ୨୦୧ଜଣଙ୍କ ଜୀବନ ଯାଇଛି । ଅନ୍ୟପକ୍ଷେ ଏହି ରୋଗରୁ ଆଉ ୧୯,୨୯୯ ଲୋକ ସୁସ୍ଥ ହୋଇଛନ୍ତି । ଭାରତୋର ଏବେ ମୋଟ କରୋନା ମାମଲା ୧ କୋଟି ୪ ଲକ୍ଷ ୫୦ ହଜାରକୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ଏବେ ଦେଢ଼ ଲକ୍ଷ ଟପିଛି । ଏଯାବତ୍ ଏହି ରୋଗରେ ୧ ଲକ୍ଷ ୫୧ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଏହି ରୋଗରୁ ବର୍ତ୍ତମାନ ସୁଦ୍ଧ ୧ କୋଟି ୭୫ ହଜାର ଲୋକ ସୁସ୍ଥ ବି ହୋଇଛନ୍ତି । ଦେଶରେ ଏବେ କେବଳ ୨ ଲକ୍ଷ ୨୩ ହଜାର ସକ୍ରି୍ରୟ ମାମଲା ତଥା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

Comments are closed.