ନିଜର ସଂପତ୍ତି ତାଲିକା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର- ନିଜର ସଂପତ୍ତି ତାଲିକା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ମାର୍ଚ୍ଚ ୨୦୨୦ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତି ମଧ୍ୟରେ ରହିଛି ନୂଆଦିଲ୍ଲୀ ଜନପଥ ବିଓଆଇରେ ୨ଟି ଆକାଉଂଟ । ବ୍ୟାଙ୍କ ଅଫ୍ ଇଣ୍ଡିଆ ସେଭିଙ୍ଗ ଆକାଉଂଟରେ ୧୬ ଦଶମିକ ୭୬ ଲକ୍ଷ ଟଙ୍କା ରହିଥିବା ବେଳେ ଏହି ବ୍ୟାଙ୍କର ଅନ୍ୟ ଏକ ଆକାଉଂଟରେ ୧ ଦଶମିକ ୦୩ କୋଟି ଟଙ୍କାର ଫିକ୍ସ ଡିପୋଜିଟ୍ ରହିଛି ।

ସ୍ଥାବର ସଂପତି ତାଲିକାରେ ଅଛି ଜମି ଓ ବାସଗୃହ । ଫରିଦାବାଦରେ ୨୨.୭ ଏକର ଜମି ଓ କୋଠା ରହିଛି ।ଏହାର ଆନୁମାନିକ ମୂଲ୍ୟ ୧୦ ଦଶମିକ ୭୫ କୋଟି ଟଙ୍କା । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଦୁଇ ତୃତୀୟାଂଶ ସେୟାର ରହିଛି ।ନବୀନ ନିବାସ ଭାଗର ଆନୁମାନିକ ମୂଲ୍ୟ ୯ ଦଶମିକ ୫୨ କୋଟି ଟଙ୍କା । ଦିଲ୍ଲୀ ଅବଦୁଲ କଲାମ ମାର୍ଗରେ ସଂପତ୍ତି ରହିଛି,ଯାହା ର ମୂଲ୍ୟ ୪୩ ଦଶମିକ ୩୬ କୋଟି ଟଙ୍କା ହେବ ।

Comments are closed.