କରୋନା ସଂକ୍ରମଣ ରୋକିବା ପାଇଁ ଓଡ଼ିଶା ସମେତ ୮ ରାଜ୍ୟକୁ ୩-ଟି ଫର୍ମୁଲା ଆପଣାଇବାକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ – କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ୩-ଟି (ଟେଷ୍ଟ, ଟ୍ରାକ୍, ଟ୍ରିଟ୍) ଫର୍ମୁଲା ଉପରେ କାର୍ଯ୍ୟ କରିବାକୁ କେନ୍ଦ୍ର ସରକାର ୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି। ଏହି ଆଠଟି ରାଜ୍ୟ ହେଲା ହରିୟାଣା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଗୋଆ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ଏବଂ ଚଣ୍ଡିଗଡ଼ ।

ସରକାର କହିଛନ୍ତି ଯେ ଟେଷ୍ଟିଂ ପରିସର ବୃଦ୍ଧି, କଣ୍ଟାକ୍ଟ ଟ୍ରେସିଂରେ ଉନ୍ନତି ଆଣିବା ସହ ହାଇରିସ୍କ ଲୋକଙ୍କୁ ଟିକା ଲଗାଇ ବଢୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହି ଆଠଟି ରାଜ୍ୟର ୬୩ଟି ଜିଲ୍ଲାରେ ଟେଷ୍ଟିଂ କ୍ରମାଗତ ଭାବେ ହ୍ରାସ ପାଉଛି। ଏହା ଚିନ୍ତାର କାରଣ ପାଲଟିଛି। ସେଥିମଧ୍ୟରୁ, ଆରଟି-ପିସିଆର ଟେଷ୍ଟ ସଂଖ୍ୟା ଯଥେଷ୍ଟ କମିଯାଇଛି ଏବଂ ମୋଟ ଟେଷ୍ଟ ତୁଳନାରେ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି |

ଟିକା ପାଇଁ ଘରୋଇ ଡାକ୍ତରଖାନା ସହିତ ଯୋଗାଯୋଗ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି, ଯେଉଁଠାରେ ଏକ ମାସରେ ଅତି କମରେ ୧୫ ରୁ ୨୮ ଦିନ ପର୍ଯ୍ୟନ୍ତ ଟୀକାକରଣ ଅଭିଯାନ କରାଯିବା ଉଚିତ୍। ପଞ୍ଜାବ ଏବଂ ମହାରାଷ୍ଟ୍ରରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଉକ୍ତ ରାଜ୍ୟ ଗୁଡ଼ିକୁ ଉଚ୍ଚ ସ୍ତରୀୟ ଦଳ ପଠାଯାଇଛି। ଏହି ଦଳଗୁଡିକ କୋଭିଡ -୧୯ର ମନିଟରିଂ, ନିୟନ୍ତ୍ରଣ ଏବଂ ପ୍ରତିରୋଧ ପ୍ରୟାସରେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗକୁ ସାହାଯ୍ୟ କରିବେ |

Comments are closed.