ପୁଣି ଥରେ ପଶ୍ଚିମ ଓଡିଶା ପ୍ରତି ଆନ୍ତରିକତାର ପ୍ରମାଣ ଦେଲେ ନବୀନ

ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ୭ ବ୍ଲକରେ ପାନୀୟଜଳ ପାଇଁ ୧୮୮ କୋଟିର ପ୍ରକଳ୍ପକୁ କ୍ୟାବିନେଟ୍ ମଂଜୁରୀ

ସମ୍ବଲପୁର: ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇ ବହୁ ପ୍ରତିଖିତ ମେଗା ପାନୀୟଜଳ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ! ସମ୍ବଲପୁର ଜିଲ୍ଲାର ମହାନଗର ସମେତ ୬ଟି ଏବଂ ଝାରସୁଗୁଡା ସଦର ବ୍ଲକର ମୋଟ୍ ୧୪୫ଟି ଗାଁ ପିଇବା ପାଣି କଷ୍ଟ ସବୁଦିନ ପାଇଁ ଦୂର ହେବ ! ଏଥିପାଇଁ ୧୮୮ରୁ ଉର୍ଧ୍ବ କୋଟି ଟଂକାର ପ୍ରକଳ୍ପର ଟେଣ୍ଡରକୁ ଆଜି ମୁଖ୍ୟମନ୍ତ୍ରୀ ଚୂଡାନ୍ତ ମୋହର ମାରିଛନ୍ତି ! ଏନେଇ ଆଜି ସମ୍ବଲପୁରରେ ହୋଟେଲ ହରଜିତ ରେସିଡେନ୍ସିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କ୍ରୁତଜ୍ଞତା ଜ୍ଞାପନ କରାଯାଇଛି !

ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇ କହିଛନ୍ତି ଯେ ସମ୍ବଲପୁର ଜିଲ୍ଲାର ଧନକଉଡା, ମାନେଶ୍ବର, ଯୁଯୁମୁରା, ଜମନକିରା ଏବଂ ରେଂଗାଲି ବ୍ଲକର ୨୬ଟି ପଂଚାୟତର ୧୩୮ଟି ଗାଁ ର ପ୍ରାୟ ଦେଢ ଲଖ୍ୟ ଲୋକ ତଥା ଝାରସୁଗୁଡା ଜିଲ୍ଲାର ସଦର ବ୍ଲକର ୨ଟି ପଂଚାୟତର ୬ଟି ଗାଁ ର ୬ ହଜାରରୁ ଅଧିକ ଲୋକ ଉପକ୍ରୁତ ହେବେ ! ହାରାକୁଦ ଜଳଭଣ୍ଡାରର ରେଂଗାଲି ପଟରୁ ଏହା ଜଳଯୋଗାଣ ହେବ ! ଏଥିପାଇଁ ଟେଣ୍ଡର ବି ଚୂଡାନ୍ତ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି !

ତେବେ ଏହି ମେଗା ଯୋଜନାରେ ଲୋକଙ୍କ ଘରକୁ ଘର ପାଣି ଯୋଗାଣ ହେବାକୁ ଥିବା ବେଳେ ଦଶନ୍ଧିର ଜଳକଷ୍ଟ ଦୂର ହେବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ! ଏହାଦ୍ବାରା ପଶ୍ଚିମ ଓଡିଶା ପ୍ରତି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିବଦ୍ଧତାର ପୁଣି ଥରେ ପ୍ରମାଣ ଦେଇଛନ୍ତି ବୋଲି ସେ କହିଛନ୍ତି !

ପୂର୍ବରୁ ପଶ୍ଚିମ ଓଡିଶା ବିକାଶ ପରିଷଦର ପାଣ୍ଠିକୁ ୨ ଶହ କୋଟିକୁ ବ୍ରୁଦ୍ଧି ସହ ସମଲେଶ୍ବରୀ ମନ୍ଦିର ପାଇଁ ୨ ଶହ କୋଟିର ଅନୁଦାନ ଏବଂ ପଶ୍ଚିମ ଓଡିଶାର ପ୍ରମୁଖ ପର୍ୟଟନ ସ୍ଥାନର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା ହାତକୁ ନେଇ ଆନ୍ତରିକତାର ପ୍ରମାଣ ଦେଇସାରିଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ଜିଲ୍ଲା ପର୍ଯ୍ୟବେଖ୍ୟକ ଇଂ ନଳିନୀକାନ୍ତ ପ୍ରଧାନ, ରେଢାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ଏବଂ ପୂର୍ବତନ ବିଧାୟିକା ଡା ରାସେଶ୍ବରୀ ପାଣିଗ୍ରାହୀ କହିଛନ୍ତି !

Comments are closed.