ଦାବି ପୂରଣ ନ ହେଲେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବାକୁ ଆନ୍ଦୋଳନରତ ଚାଷୀଙ୍କ ଚେତାବନୀ

ନୂଆଦିଲ୍ଲୀ – ତିନି କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ସବୁ ସୀମାରେ ଆନ୍ଦୋଳନ ଚଳାଇଥିବା ଚାଷୀମାନେ ଜାତୀୟ ରାଜଧାନୀରେ ଗଣତନ୍ତ୍ର ଦିବସରେ ଏକ ଟ୍ରାକ୍ଟର ରାଲି ଆୟୋଜନ କରିବାକୁ ଧମକ ଦେଇଛନ୍ତି। ଏହାଛଡା ସେମାନେ କହିଛନ୍ତି ଯେ ଜାନୁଆରୀ ୨୩ରେ ଅର୍ଥାତ୍ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀରେ ସେମାନେ ସମସ୍ତ ରାଜ୍ୟପାଳଙ୍କ ବାସଭବନ ଘେରାଉ କରିବେ।

ଚାଷୀ ଆନ୍ଦୋଳନର ସଂଯୋଜନା କରୁଥିବା ୭ ଜଣିଆ ସମନ୍ୱୟ କମିଟି ଆଜି ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛି ଯେ ଯଦି ଚାଷୀଙ୍କ ଦାବି ପୂରଣ ନହୁଏ ତେବେ ଜାନୁଆରୀ ୨୬ରେ ଦିଲ୍ଲୀର ଚାରିପଟୁ ଚାଷୀମାନେ ଟ୍ରାକ୍ଟର ଟ୍ରଲି ଏବଂ ଅନ୍ୟାନ୍ୟ ଯାନ ସହିତ ଦିଲ୍ଲୀରେ ପ୍ରବେଶ କରି “କୃଷକ ରିପବ୍ଲିକ୍ ପ୍ୟାରେଡ୍” ଆୟୋଜନ କରିବେ। ଗଣତନ୍ତ୍ର ଦିବସର ସରକାରୀ ପରେଡ ଶେଷ ହେବା ପରେ ଆମ ପରେଡ ହେବ ବୋଲି କୃଷକ ନେତାମାନେ ଚେତାବନୀ ଦେଇଛନ୍ତି ।

Comments are closed.