ବ୍ରିଟେନ କୋରୋନା ଷ୍ଟ୍ରେନ ଭୟ ରହିଥିବା ଯୋଗୁଁ ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇପାରୁନାହିଁ : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର-ଏବେ ବି ରାଜ୍ୟରେ ବ୍ରିଟେନ କୋରୋନା ଷ୍ଟ୍ରେନ ଭୟ ରହିଥିବା ଯୋଗୁଁ ସ୍କୁଲ, କଲେଜ କେବେ ଖୋଲିବ ସେ ନେଇ କୌଣସି ନିଷ୍ପତ୍ତି ହୋଇପାରୁନି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସିବିଏସଇ ପରୀକ୍ଷା ନେଇ ତାରିଖ ଘୋଷଣା କରାଯିବା ପରେ ରାଜ୍ୟ ଗଣଶିକ୍ଷା ବିଭାଗ ଦ୍ୱନ୍ଦ୍ୱରେ ପଡିଛି । ସିବିଏସଇ ପରୀକ୍ଷା ତାରିଖ ଘୋଷଣା ପରେ ଏହି ଧାରାରେ ଆଦର୍ଶ ବିଦ୍ୟାଳୟ ସହ କେତେକ ଘରୋଇ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେମାନଙ୍କ ଲାଗି କିପରି ବ୍ୟବସ୍ଥା କରାଯିବ ସେ ନେଇ ବିଚାର ବିମର୍ଶ କରାଯାଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Comments are closed.