ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳା ସାଂସଦଙ୍କ ଦାବି: ସଂସଦରେ ମହିଳାଙ୍କ ପାଇଁ ୫୦% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହେଉ

ନୂଆଦିଲ୍ଲୀ – ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଂସଦର ବଜେଟ୍ ଅଧିବେଶନରେ ଶିବସେନା ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କ ସମେତ ବହୁ ମହିଳା ସାଂସଦ ସଂସଦରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି କରିଛନ୍ତି। ମହିଳା ପ୍ରସଙ୍ଗରେ ଆଲୋଚନା ବେଳେ ବିଜେପି ସାଂସଦ କହିଛନ୍ତି ଯେ ମୋଦୀ ସରକାର ମହିଳାଙ୍କ ସ୍ୱାର୍ଥ ପାଇଁ ଅନେକ କାମ କରିଛନ୍ତି। ସେପଟେ କଂଗ୍ରେସ କହିଛି ଯେ ରାଜୀବ ଗାନ୍ଧୀ ମଧ୍ୟ ଦେଶର ମହିଳାମାନଙ୍କ ପାଇଁ ବହୁତ କାମ କରିଛନ୍ତି।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମହିଳାମାନଙ୍କୁ ପ୍ରଥମେ କହିବାର ସୁଯୋଗ ଦିଆଯାଇଥିଲା। ଏହି ସମୟରେ ବିଜେପି ସାଂସଦ ସରୋଜ ପାଣ୍ଡେ କହିଥିଲେ, ମୋଦୀଙ୍କ ଶାସନରେ ମହିଳାମାନେ ସଶକ୍ତ ହୋଇଛନ୍ତି।
ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଥିଲେ ଯେ ୨୪ ବର୍ଷ ପୂର୍ବେ ଆମେ ସଂସଦରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ପ୍ରସ୍ତାବ ଦେଇଥିଲୁ। ଆଜି ୨୪ ବର୍ଷ ପରେ ଆମେ ସଂସଦ ଏବଂ ବିଧାନସଭାରେ ମହିଳାମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେବା ଉଚିତ୍।

ସଂସଦରେ ବିଜେପି ସାଂସଦ ସରୋଜ ପାଣ୍ଡେ ଭ୍ରୂଣ ହତ୍ୟା ଏବଂ ଟ୍ରିପଲ ତଲାକ ଭଳି ପ୍ରସଙ୍ଗ ଉଠାଇଥିଲେ। ମହିଳାଙ୍କ ଉପରେ କୌଣସି ରାଜନୀତି ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ମୋଦୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ମହିଳାମାନେ ସଶକ୍ତ ହୋଇଛନ୍ତି। ମୋଦୀ ‘ବେଟି ପଢାଓ ଏବଂ ବେଟି ବାଚାଓ’ ଆରମ୍ଭ କରିଥିଲେ, ଯାହା ମହିଳାଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ସୁଧାରି ପାରିଛି।

ଏନସିପି ସାଂସଦ ଡକ୍ଟର ଫୌଜିଆ ଖାନ କହିଛନ୍ତି ଯେ ଅନେକ ରିପୋର୍ଟରୁ ଜଣାପଡିଛି ଯେ ୬ ପ୍ରତିଶତରୁ ଅଧିକ ମହିଳା ନେତୃତ୍ୱ ଦାୟିତ୍ବରେ ଅଛନ୍ତି। ଆମେ ଏହା ବିଷୟରେ ଚିନ୍ତା କରିବା ଉଚିତ୍ । ଲୋକସଭା ଓ ରାଜ୍ୟସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେଇ ଏ ଦିଗରେ ଆମେ ଏକ ଆରମ୍ଭ କରିପାରିବା।

Comments are closed.