ମହିଳା ଦିବସରେ ବିଭିନ୍ନ ପୋର୍ଟାଲ ଓ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଆନ୍ତର୍ଜାତିକ ମହିଳା ଦିବସରେ ସଶକ୍ତିକରଣର ଧାରାକୁ ଆହୁରି ଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଝାରସୁଗୁଡା, ଯାଜପୁର ଓ ଭୁବନେଶ୍ୱରରେ ୧୦୦ ଅନ୍ତେବାସୀଙ୍କ ପାଇଁ କର୍ମଜୀବୀ ମହିଳା ନିବାସ ଓ ବିଭିନ୍ନ କାର୍ଯ୍ୟକୁ ସହଜ କରିବା ପାଇଁ ପୋର୍ଟାଲ ଓ ମୋବାଇଲ ଆପ୍‌ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍ୱଧାର ଓ ଉଜ୍ୱଳା ଗୃହ ପାଇଁ ୱେବ୍ ପୋର୍ଟାଲ୍‌, ବ୍ୟାଙ୍କ ଲିଙ୍କେଜ୍ ଆଣ୍ଡ୍ ଇଂଟ୍ରେଷ୍ଟ ସବଭେନସନ ୱେବ୍ ପୋର୍ଟାଲ୍ , ବିଜନେସ କରେସପଣ୍ଡେଂଟ୍ ଏଜେଂଟସ ଇନିସିଏଟିଭ, ମିଶନ ଶକ୍ତି ପୋର୍ଟାଲ୍ ଓ ମିଶନ ଶକ୍ତି ମୋବାଇଲ୍ ଆପ୍‌ର ଶୁଭାରମ୍ଭ କରାଯାଇଛି ।

Comments are closed.