ଅପହୃତ ଯବାନ ରାକେଶ୍ୱରଙ୍କୁ ଛାଡ଼ିଲେ ନକ୍ସଲ

ବିଜାପୁର – ଅପହୃତ କୋବ୍ରା ଯବାନ ରାକେଶ୍ୱର ସିଂ ମାନହସଙ୍କୁ ନକ୍ସଲମାନେ ଛାଡି ଦେଇଥିବା ସୂଚନା ମିଳିଛି। ଏପ୍ରିଲ ୩ରେ ଛତିଶଗଡର ବିଜାପୁରରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହାପରେ ରାକେଶ୍ୱର ନିଖୋଜ ହୋଇଯାଇଥିଲେ ।

ରାକେଶ୍ବର ସେମାନଙ୍କ କବଜାରେ ଥିବା ଦାବି କରି ଲାଲ୍ ବାହିନୀ ଗତକାଲି ତାଙ୍କର ଏକ ଫଟୋ ଜାରି କରିଥିଲେ । ତାଙ୍କୁ ମୁକ୍ତ କରିବା ପାଇଁ ସରକାର ମଧ୍ୟସ୍ଥ ପଠାନ୍ତୁ ବୋଲି ସେମାନେ ଦାବି କରିଥିଲେ ।

ବିଜାପୁରରେ ନକ୍ସଲଙ୍କ ସହ ଏନକାଉଣ୍ଟରରେ ୨୨ ସୁରକ୍ଷା କର୍ମୀ ସହିଦ୍ ହୋଇଥିଲେ ଏବଂ ୩୦ରୁ ଅଧିକ ଯବାନ ଆହତ ହୋଇଥିଲେ।

Comments are closed.