ଅଭିନବ ଉପାୟରେ ଏଟିଏମ୍ ଲୁଟ କରୁଥିବା ଗ୍ୟାଙ୍ଗର ପର୍ଦାଫାସ କଲା ବାଲେଶ୍ବର ପୋଲିସ

ବାଲେଶ୍ବର: ଗତ ରାତି ରେ ବାଲେଶ୍ବର ଜିଲ୍ଲା ସାଇବର ସେଲ ର ସହଯୋଗରେ ଶିଳ୍ପଞ୍ଚଳ ଥାନା ପୋଲିସ ଉତ୍ତର ପ୍ରଦେଶ ରୁ ଆସିଥିବା ୫ ଜଣ ଏଟିଏମ୍ ଠକ ଙ୍କୁ ଧରିବାରେ ସଫଳ ହୋଇଛି।

ପୋଲିସ ପ୍ରାଥମିକ ଅନୁସନ୍ଧାନ ରୁ ଜଣାଯାଇଛି ଯେ, ଏହି ଠକମାନେ ପ୍ରଥମେ ନିଜ ପରିଚିତ ଲୋକ ଙ୍କ ଠାରୁ ସେମାନଙ୍କ ଏଟିଏମ କାର୍ଡ ଟି ମାଗିଆଣନ୍ତି। ସେଥିରେ କିଛି ଟଙ୍କା ଜମା କରନ୍ତି। ଏହାପରେ କାର୍ଡ ଟି ନେଇ କୌଣସି ଏକ ବ୍ୟାଙ୍କ ର ଏଟିଏମ କେନ୍ଦ୍ରସ୍ଥଳକୁ ଯାଇଥାନ୍ତି। ଏଟିଏମ ରୁ ନିଜେ ଜମା କରିଥିବା ଟଙ୍କା କୁ ବାହାର କରିବାକୁ ଚେଷ୍ଟା କରନ୍ତି। ଏଟିଏମ ରୁ ଟଙ୍କା ବାହାରିବା ବେଳେ, cash dispenser ର shutter ଟିକୁ ଚିପି ଧରନ୍ତି। ATM ଟି କିଛି ଥର alert ଦେଲାପରେ transaction declined କରିଦେଇଥାଏ।

ଠିକ ଏହିସମୟରେ ଠକେଇ କରିଥିବା ଲୋକଟି dispenser ରୁ ହାତ କାଢ଼ିଦେଇଥାଏ, ଫଳରେ ଅଟକି ରହିଥିବା ଟଙ୍କା ବାହାରକୁ ଆସିଯାଏ। ଅର୍ଥାତ ବ୍ୟାଙ୍କ ସର୍ଭର ରେ transaction ହୋଇନାହିଁ ବୋଲି ରେକର୍ଡ ରହିଯାଇଥିବା ବେଳେ ବାସ୍ତବରେ କିନ୍ତୁ ଅପରାଧିମାନେ ଟଙ୍କା ଉଠେଇ ନେଇଯାଇଥାନ୍ତି। ପରେ ସେମାନେ ବ୍ୟାଙ୍କ ର ଗ୍ରାହକ ସେବା କୁ ଫୋନ କରି account ରୁ ଟଙ୍କା କାଟିବା, କିନ୍ତୁ ATM ରୁ ଟଙ୍କା ନବାହାରିଥିବାର ଅଭିଯୋଗ କରନ୍ତି। ବ୍ୟାଙ୍କ ନିଜ server ରେ transaction declined ଥିବା ଦେଖି account ରୁ କଟିଥିବା ଟଙ୍କା ପୁଣି ସେଥିରେ ଜମା କରିଦେଇଥାଏ।

ଏଇଭଳି ପ୍ରକ୍ରିୟାରେ ଏହି ଠକମାନେ ଏକାଧିକ card ବିଭିନ୍ନ ATM ରେ ବ୍ୟବହାର କରି ବିପୁଳ ପରିମାଣର ଅର୍ଥ ଠକେଇ କରିଥାନ୍ତି ଯାହା ଫଳରେ ବ୍ୟାଙ୍କ କୁ ଅଜାଣତରେ ବଡ ଧରଣର କ୍ଷତି ସହିବାକୁ ପଡେ। ଠକମାନେ ପାଇଥିବା ଟଙ୍କାର କିଛି ଅଂଶ , ଯାହାଠାରୁ ATM card ଆଣିଥାନ୍ତି, ତାକୁ ଦେଇଥାନ୍ତି।

ସେମାନେ ଧରାପଡିଥିବା ପୂର୍ବରୁ ବାଲେଶ୍ଵର ସହର ର ୪ଟି ATM ରୁ ଏହିଧରଣର ଠକେଇ କରିଥିବା ଜଣାପଡିଛି। ପୋଲିସ ଏମାନଙ୍କ ଠାରୁ ୧୫୦ ରୁ ଉର୍ଦ୍ଧ୍ବ ATM କାର୍ଡ, ୮ ଟି ମୋବାଇଲ ଫୋନ, ୬୪ ହଜାର ଟଙ୍କା ଜବତ କରିଛି। ଅଧିକ ତଥ୍ୟ ପାଇଁ ଅନୁସନ୍ଧାନ ଜାରି ରହିଛି।

Comments are closed.