ଆଜିଠାରୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲରେ ପାଠ ପଢା ଆରମ୍ଭ

ଭୁବନେଶ୍ୱର – ଆଜିଠାରୁ ରାଜ୍ୟରେ ଖୋଲିଛି ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ । ଦୀର୍ଘ ୧୦ ମାସ ପରେ ନବମ ଓ ଏକାଦଶ ଶ୍ରେଣୀର ପିଲାମାନେ ସ୍କୁଲ ଯାଇ ପାଠ ପଢିବେ । ପୂୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ପାଠପଢା ଆରମ୍ଭ ହୋଇଥିଲା ।

କ୍ଲାସ ପାଇଁ ପୂର୍ବରୁ ଜାରି ହୋଇଥିବା କୋଭିଡ କଟକଣା ବାଧ୍ୟତାମୂଳକ ହେବ । କିନ୍ତୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପୂର୍ବରୁ ଜାରି ଗାଇଡଲାଇନ ନବମ ଓ ଏକାଦଶ ଶ୍ରେଣୀ ପାଇଁ ଲାଗୁ ହେବ ନାହିଁ । ଏଣେ ଆସନ୍ତା ୧୦ ତାରିଖରୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠ ପଢା ଆରମ୍ଭ ହେବାକୁ ଯାଉଥିବାରୁ ଆଜିଠାରୁ ହଷ୍ଟେଲ ଖୋଲିଛି ।

Comments are closed.