ଅର୍ଥ ମନ୍ତ୍ରାଳୟ, ନିତି ଆୟୋଗର ଆପତ୍ତି ସତ୍ତ୍ୱେ ଅଦାନି ଗ୍ରୁପକୁ ମିଳିଲା ୬ଟି ଯାକ ବିମାନ ବନ୍ଦର

ନୂଆଦିଲ୍ଲୀ – ଅର୍ଥ ମନ୍ତ୍ରାଳୟ ଓ ନିତି ଆୟୋଗର ଆପତ୍ତି ସତ୍ତ୍ୱେ ଅଦାନି ଗ୍ରୁପକୁୂ ଦେଶର ୬ଟି ପ୍ରମୁଖ ବିମାନ ବନ୍ଦରର ପରିଚାଳନା ଦାୟିତ୍ୱ ମିଳିଛି । ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଅହମ୍ମଦାବାଦା, ଲକ୍ଷ୍ନୌ, ମାଙ୍ଗାଲୋର, ଜୟପୁର, ଗୁଆହାଟୀ ଓ ଥିରୁଭନନ୍ତପୁରମ୍ ବିମାନ ବନ୍ଦରର ଘରୋଇକରଣ ପାଇଁ ୨୦୧୯ରେ ବିଡ୍ ଆହ୍ୱାନ କରିଥିଲେ ।

ଅହମ୍ମଦାବାଦ ଭିତ୍ତିକ ଅଦାନୀ ଗ୍ରୁପ୍ ଏହି ୬ଟି ଯାକ ବିମାନ ବନ୍ଦର ପାଇଁ ସର୍ବାଧିକ ବିଡିଂ ମୂଲ୍ୟ ଦାଖଲ କରିଥଲା । ଗୋଟିଏ କମ୍ପାନୀକୁ ୬ଟି ଯାକ ବିମାନ ବନ୍ଦର ପରିଚାଳନା ଦାୟିତ୍ୱ ଦେବାକୁ ମନ୍ତ୍ରାଳୟ ଓ ନିତି ଆୟୋଗ ଆପତ୍ତି ଉଠାଇଥଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଥିଲା । ଦେଶର ଦ୍ୱିତୀୟ ବୃହତ ବିମାନ ବନ୍ଦର ମୁମ୍ବାଇର ପରିଚାଳନା ଦାୟିତ୍ୱ ବି ହାତେଇଛି ଅଦାନି ଗ୍ରୁପ୍ ।

ଗୋଟିଏ ବିଡର୍‌କୁ ଦୁଇରୁ ଅଧିକ ବିମାନ ବନ୍ଦର ନ ଦେବାକୁ ଅର୍ଥ ମନ୍ତ୍ରାଳୟ ପରାମର୍ଶ ଦେଇଥିଲା । ଅଦାନି ଗ୍ରୁପକୁ ୬ଟି ଯାକ ବିମାନ ବନ୍ଦର ଦାୟିତ୍ୱ ଦେବା ନେଇ ନିତି ଆୟୋଗ ମଧ୍ୟ ଆପତ୍ତି ଉଠାଇଥିଲା । ବିମାନ ବନ୍ଦର ପରିଚାଳନା କ୍ଷେତ୍ରରେ ଅଦାନି ଗ୍ରୁପର ବୈଷୟିକ ଦକ୍ଷତାର ଅଭାବ ରହିଛି । ଯଦି ଅଦାନି ଗ୍ରୁପକୁ ଏହି ସବୁ ବିମାନ ବନ୍ଦରର ଦାୟିତ୍ୱ ଦିଆଯାଏ, ତେବେ ଯାତ୍ରୀସେବା ମାନ ଓ ପ୍ରକଳ୍ପ ପ୍ରଭାବିତ ହେବ ବୋଲି ନିତି ଆୟୋଗ ତରଫରୁ କୁହାଯାଇଥିଲା । ଉକ୍ତ ୬ ବିମାନ ବନ୍ଦର ପାଇଁ ଅଦାନି ଗ୍ରୁପ୍ ସମେତ ଜିଏମ୍‌ଆର ଗ୍ରପ୍‌, ଜୁରିକ୍ ଏୟାରପୋର୍ଟ ଓ କୋଚିନ ଇଣ୍ଟରନ୍ୟାସନାଲ ଏୟ।।ରପୋର୍ଟ ଲିମିଟେଡ୍ ମଧ୍ୟ ଦୌଡ଼ରେ ଥିଲେ ।

Comments are closed.