କାଲିଠାରୁ ସାରାଦେଶରେ କୋଭିଡ ଟିକାକରଣ, ଓଡିଶାରେ ବି ପ୍ରସ୍ତୁତି

ଭୁବନେଶ୍ୱର- ଆସନ୍ତାକାଲି ଭାରତରେ ବିଶ୍ୱରେ ସବୁଠୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । କାଲିଠୁ ସାରାଦେଶରେ ଆରମ୍ଭ ହେବ କୋଭିଡ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ ।

ଟିକାକରଣ ପାଇଁ ଓଡିଶାରେ ବି ପ୍ରସ୍ତୁତି ହୋଇଛି । ଓଡିଶାରେ ମୋଟ ୧୬୧ଟି କେନ୍ଦ୍ରରେ ଟିକାକରଣ ହେବ । ସବୁ କେନ୍ଦ୍ରରେ ପ୍ରତୀକ୍ଷା ଗୃହ, ଅବଜରଭେସନ ରୁମ୍ କରାଯାଇଛି । ଟିକାକରଣ କେନ୍ଦ୍ରରେ ରହିବାକୁ ଥିବା ୫ ଜଣିଆ ଟିମ୍‌ଗୁଡିକର ଟ୍ରେନିଂ ସରିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଗର୍ଭବତୀ ଓ ୧୮ ବର୍ଷରୁ କମଙ୍କୁ ଟିକା ଦିଆଯିବ ନାହିଁ । ୧୪ ଦିନ ଭିତରେ ଅନ୍ୟ ଟିକା ନେଇଥିଲେ କୋଭିଡ ଟିକା ଦିଆଯିବ ନାହିଁ । କୋଭିଡ ଲକ୍ଷଣ ଥିଲେ ସୁସ୍ଥ ହେବାର ୮ ସପ୍ତାହ ପରେ ହିଁ ଟିକା ଦିଆଯିବ ବୋଲି ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Comments are closed.