ଅଷ୍ଟ୍ରେଲିଆନ ଓପନରେ ଖେଳିବେ ଫେଡେରର

ମେଲବୋର୍ଣ୍ଣ – ଆସନ୍ତା ବର୍ଷ ଫେବୃଆରୀ ୮ ରୁ ଆୟୋଜିତ ହେବାକୁ ଥିବା ଅଷ୍ଟ୍ରେଲିଆନ ଓପନର ଆୟୋଜକମାନେ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ଟୁର୍ନାମେଣ୍ଟର ଡାଇରେକ୍ଟର କ୍ରେଗ ଟିଲେ କହିଛନ୍ତି ଯେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ରୋଜର ଫେଡେରର, ନୋଭାକ ଜୋକୋଭିକ୍, ରାଫେଲ ନାଡାଲ, ଆସଲେ ବାର୍ଟି, ନାଓମି ଓସାକା ଏବଂ ସେରେନା ୱିଲିୟମ୍ସଙ୍କ ଭଳି ଅନେକ ଷ୍ଟାର ଖେଳାଳି ଅଂଶଗ୍ରହଣ କରିବେ।

ଏହି ଟୁର୍ନାମେଣ୍ଟ ପାଇଁ ସେମାନେ ବହୁତ ଖୁସି ବୋଲି ଟିଲେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଅଷ୍ଟ୍ରେଲିଆରେ ବଢୁଥିବା କରୋନା ମାମଲା ଯୋଗୁଁ ଟୁର୍ଣ୍ଣାମେଣ୍ଟ ୩ ସପ୍ତାହ ଘୁଞ୍ଚାଇ ଦିଆଯାଇଛି । ଏହି ଟୁର୍ନାମେଣ୍ଟ ୧୮ ଜାନୁଆରୀରୁ ଆରମ୍ଭ ହେବାର ଥିଲା ।

୩୯ ବର୍ଷୀୟ ଫେଡେରର ଆଣ୍ଠୁ ଅସ୍ତ୍ରୋପଚାରରୁ ସୁସ୍ଥ ହେଉଛନ୍ତି । ସେ ପ୍ରାୟ ଏକ ବର୍ଷ ଧରି କୌଣସି ଟେନିସ୍ ଟୁର୍ନାମେଣ୍ଟ ଖେଳି ନାହାଁନ୍ତି। ସେ ଶେଷ ଥର ଚଳିତ ବର୍ଷ ଜାନୁଆରୀରେ ଅଷ୍ଟ୍ରେଲିଆନ ଓପନରେ ଭାଗ ନେଇଥିଲେ। ତେବେ ସେ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସେ ଦୁବାଇରେ ଅଷ୍ଟ୍ରେଲିଆନ ଓପନ୍ ପାଇଁ ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି।

Comments are closed.