ଆଜିଠାରୁ ମେ ୧୫ ଯାଏଁ ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଉପରେ କଟକଣା, ଭକ୍ତଙ୍କ ପ୍ରବେଶ ମନା

ପୁରୀ – ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ ଆଜିଠାରୁ ଭକ୍ତଙ୍କ ପ୍ରବେଶ ବାରଣ କରାଯାଇଛି । ଆସନ୍ତାମାସ ୧୫ ତାରିଖ ଯାଏଁ ସମସ୍ତ ଧର୍ମାନୁଷ୍ଠାନ ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ଏହି କଟକଣା ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ପାଇଁ ବି ଲାଗୁ ହେବ । କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

Comments are closed.